Masthead

ରଜନୀକାନ୍ତ ପାଇବେ ଦାଦାସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ ): ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ । ଏନେଇ ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର । ଜାଭଡେକର କହିଛନ୍ତି ଯେ, ରଜନୀକାନ୍ତ ୨୦୧୯ ଦାଦାସାହେବ ଫାଲକେ ପୁରସ୍କାର ପାଇବେ। ସେଥିପାଇଁ ‘ମୁଁ ବହୁତ ଖୁସି’। ୫ ଜଣ ସଦସ୍ୟ ଆଶା ଭୋଁସଲେ, ସୁଭାଷ ଘାଇ, ମୋହନ ଲାଲ, ଶଙ୍କର ମହାଦେବନ ଏବଂ ବିଶ୍ୱଜିତ ଚାଟାର୍ଜୀଙ୍କୁ ନେଇ ଗଠିତ ପ୍ୟାନେଲ ସର୍ବସମ୍ମତି କ୍ରମେ ରଜନୀକାନ୍ତଙ୍କ ପାଇଁ ଏହି ପୁରସ୍କାର ସୁପାରିଶ କରିଛନ୍ତି।

୫୧ତମ ଦାଦା ସାହେବ ଫାଲକେ ପୁରସ୍କାର ୩ ମେ’ରେ ୭୧ ବର୍ଷୀୟ ରଜନୀକାନ୍ତଙ୍କୁ ଦିଆଯିବ । ୧୯୬୯ରେ ଆରମ୍ଭ ହୋଇଥିଲା ଏହି ପୁରସ୍କାର। ହିନ୍ଦୀ ଫିଲ୍ମ ଦୁନିଆର ଗଡ ଫାଦର ବା ଭୀଷ୍ମ ପିତାମହ କୁହାଯାଉଥିବା ଦାଦାସାହେବ ଫାଲକେଙ୍କ ନାମରେ ଏହି ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଏ। ଯିଏ ଏହି ପୁରସ୍କାର ପାଆନ୍ତି ତାଙ୍କୁ କେନ୍ଦ୍ର ସରକାର ସ୍ବର୍ଣ୍ଣ କମଳ ସହ ନଗଦ ଦଶ ଲକ୍ଷ ଟଙ୍କା ପ୍ରଦାନ କରିଥାନ୍ତି । ଏଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହୋଇଥାଏ ଏକ ବର୍ଣ୍ଣାଢ୍ୟ ଉତ୍ସବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି