Masthead

ସଂସଦ ଉପରେ ଆକ୍ରମଣ ଧମକ ଦେଲା ଗୁରୁପନ୍ଥ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚାଲିଛି ଶୀତକାଳୀନ ଅଧିବେଶନ । ଏହାରି ଭିତରେ ଆସିଛି ଏକ ଆଶ୍ଚର୍ଯ୍ୟ ଖବର । ସଂସଦ ଉପରେ ଆକ୍ରମଣ ପାଇଁ ଦିଆଯାଇଛି ଧମକ । ଖଲିସ୍ଥାନୀ ଆତଙ୍କବାଦୀଙ୍କ ଧମକ ଦେଇଥିବା ସୂଚନା ମିଳିଛି । ଆମେରିକାରେ ରହୁଥିବା ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ ଭିଡିଓ ଜାରି କରି ସଂସଦ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି । ୨୦୦୧ରେ ସଂସଦରେ ହୋଇଥିଲା ଆକ୍ରମଣ । ଡିସେମ୍ବର ୧୩ପୂର୍ବରୁ ପୁଣି ଥରେ ଆକ୍ରମଣ କରିବାକୁ ଧମକ ଦେଇଛି ଗୁରୁପନ୍ଥ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗୁରୁପନ୍ଥ ରିଲିଜ କରିଥିବା ଭିଡିଓ ପୋଷ୍ଟରରେ ଆତଙ୍କବାଦୀ ଅଫଜଲ ଗୁରୁ ସହ ତାର ଫଟୋ ରହିଛି । ସଂସଦ ଉପରେ ଆକ୍ରମଣ ମାମଲାରେ ଆତଙ୍କବାଦୀ ଅଫଜଲ ଗୁରୁକୁ ୨୦୧୩ରେ ଫାଶୀ ଦିଆଯାଇଥିଲା । ଏପରିକି ପୋଷ୍ଟରରେ ଦିଲ୍ଲୀ ବନେଗା ଖଲ୍ଲୀସ୍ଥାନ ବୋଲି ଲେଖା ରହିଛି । ତେବେ ଗୁରୁପନ୍ଥ ଭଳି ଆତଙ୍କବାଦୀ ଏଭଳି ଭିଡିଓ ଜାରି କରିବା ପରେ, ଦିଲ୍ଲୀ ପୋଲିସ ସତର୍କ ହୋଇଛି । ସଂସଦ ସମେତ ପୂରା ଦିଲ୍ଳୀର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ