ତାସ୍ ଖେଳ ରୁ ମହାଭାରତ

ଦୁଇ ପରିବାରର ୮ ଆହତ ୩ ଗୁରୁତର ।

ବଡ଼ଖବର ବ୍ୟୁରୋ ।।

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ରୁମାଗଡ଼ ଗ୍ରାମରେ ବାରମ୍ବାର ତାଳଖେଳ କୁ ନେଇ ବିଭିନ୍ନ ଘଟଣା ଘଟୁଥିବା ବେଳେ ରବିବାର ତାସ ଖେଳ କୁ ନେଇ ଦୁଇଟି ପରିବାର ମଧ୍ୟରେ ରକ୍ତ ରଞ୍ଜିତ ଅବସ୍ଥାରେ ଗୁରୁତର ହୋଇ ପୋଲସରା ମେଡ଼ିକାଲ ରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ଜଣାପଡିଛି । ଏପରିକି ସାମାନ୍ୟ ତାସ ଖେଳକୁ ନେଇ ଆରମ୍ଭ ହୋଇଥିବା ଖେଳ ଖଣ୍ଡାର ଚୋଟରେ ରୁମାଗଡ଼ ଗାଁରେ ରକ୍ତ ରଞ୍ଜିତ ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ରୁମାଗଡ଼ ଗାଁର ବଡ଼ ସାହିର ନିବାସୀ ପାଳ ଓ ମାଧବ ମାଲ୍ଲିକ ଙ୍କ ମଧ୍ୟରେ ତାସ୍ ଖେଳକୁ ନେଇ ପ୍ରଥମେ କଳି ଆରମ୍ଭ ହୋଇଥିବା ବେଳେ ଖଣ୍ଡା ଓ ଠେଙ୍ଗା ଆକ୍ରମଣ ରେ ଉଭୟ ପରିବାରର ୮ ଜଣ ଆହତ ହୋଇଥିବା ଜଣାପଡିଛି । ଖଣ୍ଡା ଆକ୍ରମଣ ରେ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପ୍ରଥମେ ପୋଲସରା ଓ ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇ ଥିବା ଜଣାପଡିଛି । ଉକ୍ତ ଘଟଣା କୁ ନେଇ ପୋଲସରା ପୋଲିସ ରୁମାଗଡ଼ ଗାଁ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କିଛି ବ୍ୟକ୍ତିକୁ ଅଟକ ରଖି ପଚାରା ଉଚରା କରୁଥିବା ଜଣା ପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ