Masthead

ପାଣି ପାଇଁ ଟିଟଲାଗଡ଼ ବନ୍ଦ

ଟିଟିଲାଗଡ (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛି। ଖରାଦିନ ଆସିଲା କ୍ଷଣି ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ସରକାରଙ୍କ ସୁଜଳ ଯୋଜନାରେ ସବୁଦିନ ପିଇବା ପାଣି ପାଇବା ଟିଟିଲାଗଡବାସୀଙ୍କ ପାଇଁ ଯେମିତି ସାତ ସପନ । ପିଇବା ପାଣି ମୁନ୍ଦେ ପାଇଁ ଲୋକଙ୍କୁ ସାତରୁ ଆଠ ଦିନ ଯାଏଁ ଅପେକ୍ଷା କରିବାକୁ ପଡୁଛି । ଟିଟିଲାଗଡ ସହରରେ ପାଣି ଯୋଗାଣ ସମ୍ପୂର୍ଣ୍ଣ ବିଫଳ ହୋଇଛି । ତାହାରି ପ୍ରତିବାଦରେ ଆଜି ୧୨ ଘଣ୍ଟା ଟିଟଲାଗଡ଼ ବନ୍ଦ ରହିଛି ।

ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ତରଫରୁ ଏହି ଡାକରା ଦିଆଯାଇଥିଲା । ୧୨ ଘଣ୍ଟିଆ ବନ୍ଦକୁ ଟିଟିଲାଗଡ ସହରବାସୀଙ୍କ ପକ୍ଷରୁ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ କରିଛନ୍ତି। ଏହି ସମସ୍ୟାକୁ ହୃଦୟଙ୍ଗମ କରି ଆଜି ସହରବାସୀ ମଧ୍ୟ ଅଦ୍ଭୁତ ପୂର୍ବ ସମର୍ଥନ ଜଣାଇଛନ୍ତି। ସବୁ ଦୋକାନ ବଜାର ବନ୍ଦ ରହିଛି । ପିକେଟିଂ କରି ବିଜେପି ଯୁବ ମୋର୍ଚ୍ଚା ତରଫରୁ ସହର ପରିକ୍ରମା କରିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ