ଭୂମିକମ୍ପରେ ଥରିଲା ଫିଲିପାଇନ୍ସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଫିଲିପାଇନ୍ସରେମ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୭.୮ ରେକର୍ଡ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏ ନେଇ ସୂଚନା ଦେଇଛି । ଇଣ୍ଡୋନେସିଆ, ଫିଲିପାଇନ୍ସ ସମେତ ୫ ଦେଶକୁ ବିନାଶକାରୀ ସୁନାମି ଆଲର୍ଟ ଦିଆଯାଇଛି । ଗତକାଲି ଭୁଟାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରବିବାର ବିଳମ୍ବିତ ରାତିରେ ସିକିମ ଏବଂ ଉତ୍ତର ବଙ୍ଗର କିଛି ସ୍ଥାନରେ ୫.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ୭.୮ ତୀବ୍ରତାରେ ଫିଲିପାଇନ୍ସରେ ଭୟଙ୍କର ଭୂକମ୍ପ ଝଟ୍କା ଲାଗିଛି । ଯାହାକୁ ନେଇ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି ।

ଫିଲିପାଇନ୍ସ, ଇଣ୍ଡୋନେସିଆ ଏବଂ ଜାପାନର ଅନେକ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ସତର୍କ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଫିଲିପାଇନ୍ସର ମିନ୍ଦାନାଓ ଦ୍ୱୀପ ନିକଟରେ ରହିଛି । ଏହି ଶକ୍ତିଶାଳୀ ଭୂକମ୍ପ ପରେ ପ୍ରଶାସନ ପକ୍ଷରୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ସୁନାମି ଆଲର୍ଟ ଜାରି କରାଯାଇଛି । ସୁନାମି ଆଶଙ୍କାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ତୁରନ୍ତ ଘର ଖାଲି କରି ସୁରକ୍ଷିତ ତଥା ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ ସରକାରୀ ସ୍ତରରେ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ରରେ ବିରାଟ ମାରାତ୍ମକ ଲହଡ଼ି ଆସିବାର ସମ୍ଭାବନା ଥିବାରୁ ମିନ୍ଦାନାଓ ଏବଂ ଏହାର ଆଖପାଖ ଦ୍ୱୀପଗୁଡ଼ିକରେ ହାଇ-ଆଲର୍ଟ ଜାରି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!