Masthead

ଥାନା ଭିତରେ ନାଗିନ ଡ୍ୟାନ୍ସ

ଯାଜପୁର( ବଡ଼ ଖବର ବ୍ୟୁରୋ): ଥାନା ଭିତରେ ଚାଲିଛି ନାଗିନ ଡ୍ୟାନ୍ସ। ଖାକି ପୋଷାକରେ ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ହୋମଗାର୍ଡ ପର୍ଯ୍ୟନ୍ତ ସମସ୍ତେ ନାଚଗୀତରେ ମସଗୁଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନାରେ । ଥାନା ଭିତରେ ଏଭଳି ହୋଲି ଖେଳର ଦୃଶ୍ୟ ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି। ଏହା ଏମିତି ଏକ ଥାନା ଯେଉଁଠି ଲୋକଙ୍କ ସମସ୍ୟା ସମାଧାନ କରିବା ବଦଳରେ ଚାଲିଛି ଏଠାରେ ଖୁଲମ ଖୁଲା ଡ୍ୟାନ୍ସ୍ ।

ଥାନାର ଥାନାବାବୁଙ୍କ ଠାରୁ ଆରମ୍ଭ କରି ସାଧାରଣ କର୍ମଚାରୀଙ୍କ ପର୍ଯ୍ୟନ୍ତ ନୃତ୍ୟ ଗୀତରେ ମାତିଛନ୍ତି । ୟୁନିଫର୍ମରେ ପୋଲିସ ବାବୁମାନେ ରଙ୍ଗ ବୋଳାବୋଳି ହୋଇ ନାଗିନ ଡ୍ୟାନ୍ସ ଗୀତରେ ରେକର୍ଡ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଦଶରଥପୁର ଏବଂ ବରୀରେ ସ୍ଥାନୀୟ ପୋଲିସ କର୍ମଚାରୀଙ୍କ ଦ୍ବାରା ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର ଓ ମାଡମରା ଘଟଣାରେ ଏହି ଥାନାର ପୋଲିସ ବିବାଦୀୟ ହୋଇ ପଡିଥିବା ବେଳେ ଏବେ ଭାଇରାଲ୍ ହେଉଥିବା ପାଣିକୋଇଲି ଥାନାର ଭିତରର ପୋଲିସ ବାବୁଙ୍କ ନାଚଗୀତର ଦୃଶ୍ୟକୁ ନେଇ ଅଡୁଆରେ ପଡିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼