Masthead

ଥାନା ଭିତରେ ନାଗିନ ଡ୍ୟାନ୍ସ

ଯାଜପୁର( ବଡ଼ ଖବର ବ୍ୟୁରୋ): ଥାନା ଭିତରେ ଚାଲିଛି ନାଗିନ ଡ୍ୟାନ୍ସ। ଖାକି ପୋଷାକରେ ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ହୋମଗାର୍ଡ ପର୍ଯ୍ୟନ୍ତ ସମସ୍ତେ ନାଚଗୀତରେ ମସଗୁଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନାରେ । ଥାନା ଭିତରେ ଏଭଳି ହୋଲି ଖେଳର ଦୃଶ୍ୟ ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି। ଏହା ଏମିତି ଏକ ଥାନା ଯେଉଁଠି ଲୋକଙ୍କ ସମସ୍ୟା ସମାଧାନ କରିବା ବଦଳରେ ଚାଲିଛି ଏଠାରେ ଖୁଲମ ଖୁଲା ଡ୍ୟାନ୍ସ୍ ।

ଥାନାର ଥାନାବାବୁଙ୍କ ଠାରୁ ଆରମ୍ଭ କରି ସାଧାରଣ କର୍ମଚାରୀଙ୍କ ପର୍ଯ୍ୟନ୍ତ ନୃତ୍ୟ ଗୀତରେ ମାତିଛନ୍ତି । ୟୁନିଫର୍ମରେ ପୋଲିସ ବାବୁମାନେ ରଙ୍ଗ ବୋଳାବୋଳି ହୋଇ ନାଗିନ ଡ୍ୟାନ୍ସ ଗୀତରେ ରେକର୍ଡ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଦଶରଥପୁର ଏବଂ ବରୀରେ ସ୍ଥାନୀୟ ପୋଲିସ କର୍ମଚାରୀଙ୍କ ଦ୍ବାରା ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର ଓ ମାଡମରା ଘଟଣାରେ ଏହି ଥାନାର ପୋଲିସ ବିବାଦୀୟ ହୋଇ ପଡିଥିବା ବେଳେ ଏବେ ଭାଇରାଲ୍ ହେଉଥିବା ପାଣିକୋଇଲି ଥାନାର ଭିତରର ପୋଲିସ ବାବୁଙ୍କ ନାଚଗୀତର ଦୃଶ୍ୟକୁ ନେଇ ଅଡୁଆରେ ପଡିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ