Masthead

ସାହାଯ୍ୟ ଆଳରେ ସମ୍ପତ୍ତି ହାତେଇଲା ପିଇସି

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ରାଜରାସ୍ତାରେ ବାପା-ମା ଛେଉଣ୍ଡ ପିଲା । ନିସହାୟ ପିଲାଙ୍କ ସମ୍ପତ୍ତିକୁ ହରିଲୁଟ କରିବାର ମସୁଧାରେ ସମ୍ପର୍କୀୟ ମାନେ। ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକର ବନଦୂର୍ଗା ଗ୍ରାମରେ। ସୂଚନା ଅନୁଯାୟୀ, ବନଦୁର୍ଗା ଗ୍ରାମର ତପସ୍ଵିନୀ ଜେନା ଓ ସୋମନାଥ ଜେନା ଉଭୟ ବାପା-ମାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି। ଏଭଳି ପରିସ୍ଥିତିରେ ବନ୍ଧୁବାନ୍ଧବ ଦୁଇ ପିଲାଙ୍କ ସାହାରା ଦେବା ବଦଳରେ ଚକ୍ରାନ୍ତ କରି ସମ୍ପତ୍ତିକୁ ହାତେଇବାରେ ଲାଗିଛନ୍ତି ।

ତପସ୍ଵିନୀ ଏବଂ ସୋମନାଥ ଗତ ଦୁଇ ବର୍ଷ ତଳେ ପ୍ରଥମେ ବାପା ଏବଂ ଦୁଇମାସ ତଳେ ମାକୁ ହରାଇଥିଲେ । ପରେ ଗ୍ରାମ ବାସୀଙ୍କ ସହଯୋଗରେ ପିଲା ଦୁଇଟିକୁ ପିଇସି ମା ସୁକାନ୍ତି ନାୟକଙ୍କୁ ହସ୍ତାନ୍ତର କରଯାଇଥିଲା। ସୁକାନ୍ତି ନାୟକ ଏହି ଅନାଥ ଛୁଆଙ୍କର ସାହାରା ହେବା ପରିବର୍ତ୍ତେ ତାଙ୍କ ଜମିକୁ ନିଜ ନାଁରେ କରିନେବା ସହ ଆଉ କିଛି ଜମିକୁ ସେହି ଗ୍ରାମର ଅନ୍ୟତ୍ର ଜଣକୁ ବିକିବା ସହ ପିଲା ମାନଙ୍କୁ ଘରୁ ବାହାର କରିଦେଇଥିଲେ ।

ଗ୍ରାମବାସୀଙ୍କ ସହଯୋଗରେ ପିଲାମାନଙ୍କ ରହିବା ଖାଇବା ବ୍ୟବସ୍ଥା କରାଯିବା ସହ ଜମି ଲୁଟ କରିଥିବା ଥିବା ମହିଳାଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ସ୍ଥାନୀୟ ସବ ରେଜିଷ୍ଟର ଅଫିସ ଏବଂ ତିର୍ତ୍ତୋଲ ତହସିଲଦାରଙ୍କୁ ଦୁଇ ଅନାଥ ପିଲା ସହ ଗ୍ରାମ ବାସୀମାନେ ଅଭିଯୋଗ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି