Masthead

ମାସ୍କ ନଥିଲା ବୋଲି ପବ୍ଲିକକୁ ନିସ୍ତୁକ ପିଟିଲା ପୋଲିସ

ଭଦ୍ରକ (ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲାରେ ପୁଲିସର ମାସ୍କ ଚେକିଂ ନାଁରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ। ଜିଲ୍ଲାର ଆରଡି ଫାଣ୍ଡିରେ ପୁଲିସ ପକ୍ଷରୁ ଏହିପରି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦେଖିବାକୁ ମିଳିଛି। ଖବର ଅନୁଯାୟୀ ଧାମନଗର ବ୍ଳକ ବେତାଳିଗାଁ ଅଞ୍ଚଳର ଶୁଭରଞ୍ଜନ ମେକାପ ନାମକ ଜଣେ ଯୁବକ ଆରଡି ମନ୍ଦିର ଦର୍ଶନ ପାଇଁ ଯାଇଥିବାବେଳେ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ପୋଲିସ ତାଙ୍କୁ ମାଡ ମାରି ଫାଣ୍ଡିରେ ଅଟକ ରଖିଥିଲେ।

ଫାଣ୍ଡି ମଧ୍ୟରେ ଯୁକ୍ତିତର୍କ ଭିତରେ ମୋବାଇଲ ବାହାର କରିବାରୁ ହଠାତ୍ ୫ ରୁ ୬ ଜଣ ପୋଲିସ ଅଧିକାରୀ ତାଙ୍କ ଉପରକୁ ଆକ୍ରମଣ କରି ମୋବାଇଲ୍ ଛଡାଇବା ସହ ତଳେ ପକାଇ ମାଡ ମାରିଥିଲେ ବୋଲି ଜଣାପଡିଛି। ତେବେ ଆକ୍ରମଣ କରିଥିବା ପୁଲିସ କର୍ମଚାରୀ ମାନେ ନାକ ଓ ପାଟି ତଳକୁ ମାସ୍କ ଖସାଇ ପିନ୍ଧିବା ସହ ଜଣେ ପୁଲିସ କର୍ମଚାରୀ କେବଳ ଗାମୁଛା ଏବଂ ଗଞ୍ଜି ପିନ୍ଧି ଆକ୍ରମଣ କରିଥିଲେ ବୋଲି ଜଣାପଡିଛି। ଯାହାକି କୋଭିଡ କଟକଣା ଓ ଆଇନ ର ଖୁଲମଖୁଲା ଉଲଂଘନ।

ଏଥିସହ ଆକ୍ରମଣ କରିବା ପରେ ସଙ୍ଗୀନ ଦଫା ଲଗାଇ ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ହେଲେ ଏନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ