Masthead

ଭଙ୍ଗା ଦଦରା ଘରେ ବିତୁଛି ଜୀବନ

ଭୁବନ(ବଡ଼ ଖବର ବ୍ୟୁରୋ): ଗରୀବ ଅସହାୟ ଲୋକଙ୍କ ପାଇଁ ସରକାରୀ ସ୍ତରରେ ପ୍ରଣୟନ ହୋଇଛି ନାହିଁ ନଥିବା ଯୋଜନା। ଚାଳଘର ରହିବନାହିଁ ବୋଲି କୋଠାଘର ସରକାର ଯୋଗାଇ ଦେଉଛନ୍ତି । କିଛି କୋଠାଘର ନିର୍ମାଣରେ ହିତାଧିକାରୀ ଠକାମିର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଘର ଅଧା ନିର୍ମାଣ କରି ଠିକାଦାର ଟଙ୍କା ନେଇ ଛୁ ମାରିଛି। ଫଳରେ ଘର ଖଣ୍ଡେ ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ ପର୍ୟ୍ୟନ୍ତ ଗୁହାରୀ କରି କରି ଥକି ଗଲେଣି।

ଛୋଟଛୋଟ ପିଲାମାନଙ୍କୁ ଧରି ଖରା ବର୍ଷାରେ ଘରେ ବସବାସ କରୁଛନ୍ତି । ଯେଉଁ ଘରେ ଦିନରେ ଖରା ରାତିରେ ଜହ୍ନ ଦେଖାଯାଉଛି । ସମସ୍ତଙ୍କର ଆଧାରକାର୍ଡ ଅଛି, ଭୋଟରକାର୍ଡ ମଧ୍ୟ ରହିଛି କିନ୍ତୁ ପ୍ରକୃତ ହିତାଧିକାରୀଙ୍କୁ ଘରଟିଏ ମିଳୁନାହିଁ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଗରୁଡବନ୍ଦୀ ଗ୍ରାମ ମୁଣ୍ଡାସାହିରେ। ସୂଚନା ଅନୁସାରେ, ଗରୁଡବନ୍ଦୀ ଗ୍ରାମ ମୁଣ୍ଡାସାହିରେ ପଚାଶରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି । ସେମାନେ ପ୍ରତିଦିନ ମୁଲ ମଜୁରୀ କରି ପରିବାର ପ୍ରତିପୋଷଣ କରିଥାଆନ୍ତି । ଏମାନଙ୍କ ମଧ୍ୟରୁ କିଛି ହିତାଧିକାରୀଙ୍କୁ ଇନ୍ଦିରାଆବାସ ମିଳିଥିଲା ।

କିନ୍ତୁ ଠିକାଦାର ଘର ଗୁଡିକର ଅଧା ନିର୍ମାଣରେ ଚଞ୍ଚକତା କରି ସମ୍ପୂର୍ଣ୍ଣ ଟଙ୍କା ନେଇ ଛୁ ମାରିଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଆଉ କିଛି ହିତାଧିକାରୀଙ୍କର ସିସି ତାଲିକାରେ ନାମ ଗଡୁଛି । କିନ୍ତୁ ପକ୍କାଘର ପାଇବାରୁ ବଞ୍ଚିତ। ଅର୍ଥ ଅଭାବରୁ ଘର ଛପର କରିପାରୁନାହାନ୍ତି । ଭଙ୍ଗା ଦଦରା ଘରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି । କେତେ ସରପଞ୍ଚ କେତେ ବିଡିଓ ଆସି ଗଲେଣି । କିନ୍ତୁ ମୁଣ୍ଡାସାହି ବାସିନ୍ଦାଙ୍କ ସମସ୍ୟା ଦୂର ହେଉନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!