Masthead

ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହାବିଷୁବ ସଂକ୍ରାନ୍ତି । ପ୍ରତିଟି ଓଡ଼ିଆର ପାରମ୍ପରିକ ନବବର୍ଷ । ମେଷ ପ୍ରଥମ ଦିନକୁ ଓଡ଼ିଆମାନେ ଆବାହମାନକାଳରୁ ନବବର୍ଷ ଭାବେ ପାଳନ କରି ଆସୁଛନ୍ତି । ଚୈତ୍ର ୨୪ ଦିନ ଅର୍ଥାତ ପ୍ରତିବର୍ଷ ୧୩ କିମ୍ବା ୧୪ ଏପ୍ରିଲରେ ଏହି ମହାବିଷୁବ ସଂକ୍ରନ୍ତି ବା ପଣା ସଂକ୍ରାନ୍ତିକୁ ଓଡ଼ିଆ ପରିବାରରେ ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଉଛି ।

ଏହି ଦିନ ଓଡ଼ିଆ ଲୋକମାନେ ଶ୍ରୀଜଗନ୍ନାଥ, ଶିବ କିମ୍ବା ଶକ୍ତିଙ୍କୁ ଆରାଧନା କରିଥାନ୍ତି । ପ୍ରତ୍ୟୁଷରୁ ଲୋକମାନେ ନଦୀ କିମ୍ବା ତୀର୍ଥସ୍ଥାନରେ ସ୍ନାନ ସାରି ଦେବଦେବୀଙ୍କୁ ଆରାଧନା କରିଥାନ୍ତି । ଓଡ଼ିଆ ନବବର୍ଷ ଅବସସରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାରମ୍ପାରିକ ଉତ୍ସବ ମଧ୍ୟ ଆୟୋଜିତ ହେଉଛି । ଘରେ ଘରେ ସ୍ୱାଦିଷ୍ଟ ଓ ଶୀତଳ ପଣା ପ୍ରସ୍ତୁତ କରାଯାଇ ଇଷ୍ଟଙ୍କୁ ଲାଗି ପରେ ପରିବାରର ସମସ୍ତ ସଦସ୍ୟ ପାନ କରିବା ସହ ଅନ୍ୟଙ୍କୁ ମଧ୍ୟ ବିତରଣ କରିଥାନ୍ତି ।

ପଣା ସଂକ୍ରାନ୍ତି ଭଳି ବୈଶାଖୀ, ବିହୁ, ପେହେଲା ବୈଶାଖୀ, ପୁତାଣ୍ଡୁ ଉତ୍ସବ ଭାରତର ବିଭିନ୍ନ ସ୍ଥାନରେ ପାଳିତ ହେଉଛି । ଉତ୍ତର ଓ ମଧ୍ୟ ଭାରତରେ ବୈଶାଖୀ, ଆସାମରେ ବିହୁ, ବଙ୍ଗଲାରେ ପେହେଲା ବୈଶାଖୀ ଓ ତାମିଲନାଡୁରେ ପୁତାଣ୍ଡୁ ଧୁମଧାମରେ ପାଳିତ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!