Masthead

ଜାନୁୟାରୀ ୧ ନୂତନ ବର୍ଷ ନୁହେଁ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ଏପ୍ରିଲ ୧୪ ବିଶ୍ୱର ନୂତନ ବର୍ଷ । ଏହା ବିଜ୍ଞାନ ସମ୍ମତ। ଜାନୁଆରୀ ୧ ବିଜ୍ଞାନ ସମ୍ମତ ନୁହେଁ। ଅଥଚ ଆମେ ତାହାକୁ ନବବର୍ଷ ରୂପେ ପାଳନ କରି ଆସୁଛେ। ସାଧାରଣତଃ ତାରିଖ ହିସାବରେ ଆମେ ଜାନୁଆରୀ ରାତି ୧୨ ଟାରେ ନବବର୍ଷ ପାଳନ କରୁଛେ। ଆମେ ଯେତେବେଳେ ନୂଆବର୍ଷ ମନାଇଥାଉ, ସେତେବେଳେ ଜାପାନରେ ନୂଆବର୍ଷ ସାଢେ ତିନି ଘଣ୍ଟା ବିତିଯାଇଥାଏ। ଆମେରିକାରେ ସାଢେ ନଅ ଘଣ୍ଟା ବାକି ଥାଏ। ଇଂଲଣ୍ଡରେ ଚାରି ଘଣ୍ଟା ବାକି ଥାଏ । ଅର୍ଥାତ ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ନବବର୍ଷର ପ୍ରାରମ୍ଭ ହୁଏ।

 

ଏପ୍ରିଲ ୧୪ ତାରିଖର ନବବର୍ଷର ମୁହୂର୍ତ୍ତ ଗ୍ରହ-ନକ୍ଷେତ୍ରର ସଂଯୋଗ ସମୟକୁ ନେଇ କରାଯାଏ। ଏହିଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତି । ତେଣୁ ଏହାର ନାମ “ମେଷ ସଂକ୍ରାନ୍ତି”। “ନାରୟଣ ଜ୍ୟୋତିଷ” ହିସାବରେ ଏହି ସମୟ ନିରୂପଣ ହୋଇଥାଏ। ସୂର୍ଯ୍ୟ ବିଶ୍ୱର ପ୍ରତ୍ୟେକ ଭୂଖଣ୍ଡ ପାଇଁ ସମାନ। କେବଳ ଏତିକି ନୁହେଁ, ଯଦି ଆମେ ଚନ୍ଦ୍ରପୃଷ୍ଠ, ମଙ୍ଗଳପୃଷ୍ଠ ଏପରିକି ଶନି ଗ୍ରହର ପୃଷ୍ଠରୁ ବିଚାର କରିବା,ସେହି ସମାନ ମୁହୂର୍ତ୍ତ ଆସିବ ।

ସମ୍ପୂର୍ଣ ବିଶ୍ୱ ବ୍ରହ୍ମାଣ୍ଡ ପାଇଁ “ନବବର୍ଷ ମୁହୂର୍ତ୍ତ” ସମାନ। “ମେଷ ସଂକ୍ରାନ୍ତି”କୁ “ମହାବିଷୁବ ସଂକ୍ରାନ୍ତି” ମଧ୍ୟ କୁହାଯାଏ। କାରଣ ନାରୟଣ ମତରେ ସେହିଦିନ ସୂର୍ଯ୍ୟ ବିଷୁବରେଖା ଉପରେ ଅବସ୍ଥାନ କରନ୍ତି। ତେଣୁ ବିଷୁବ ସଂକ୍ରାନ୍ତିରେ ସମଗ୍ର ବିଶ୍ୱରେ ଦିବାରାତ୍ର ପରିମାଣ ସମାନ । ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠାଇଥାନ୍ତି। ନାରୟଣ ଗଣିତ ସହ ଅନ୍ୟ ଏକ ଗଣିତ ସାୟନ ଜ୍ୟୋତିଷ  ରହିଛି। ଆଜିର ସମୟରେ ଏହି ଦୁଇ ଗଣିତରେ ଅନ୍ତର ୨୨ ଡ଼ିଗ୍ରୀ ୫୨ ମିନିଟ। ଯାହାକୁ ଜ୍ୟୋତିଷିକ ଭାଷାରେ ଅୟନଶଃ କୁହାଯାଏ। ୧ ଡ଼ିଗ୍ରୀ ପରିମାଣ ପ୍ରାୟ ୧ଦିନ ସହ ସମାନ। ଏପ୍ରିଲ-୧୪ ରୁ ଏହି ପରିମାଣ ବିୟୋଗ କଲେ ପାଇବେ ସାୟନ ସୂର୍ଯ୍ୟ ।

ବିଷୁବ ସଂକ୍ରମଣ ଦିବସ (ମାର୍ଚ୍ଚ ୨୧/୨୨) । ଯେଉଁ ଦିବସରେ ଉଭୟ ଦିବାରାତ୍ରି ୧୨-୧୨ ଘଣ୍ଟା ହୁଏ । ଭାରତ ସରକାର ଏହି (ମାର୍ଚ୍ଚ ୨୨/୨୩) ଦିନକୁ ନୂତନ ବର୍ଷ ରୂପେ ୧୯୫୭ ରୁ ଗ୍ରହଣ କରିଆସୁଛନ୍ତି । ଯାହାକୁ ଆପଣମାନେ ଗେଜେଟରେ ଦେଖିପାରିବେ। ଅଧିବର୍ଷର (୩୬୬ ଦିନ) ତଫାତ୍ ପାଇଁ ତାରିଖ କେବେ ମାର୍ଚ୍ଚ ୨୧/୨୨/୨୩ ହୋଇଯାଏ । ସମାନ ସମୟର ଦିନ-ରାତି ପଡିବାକୁ। ଭାରତରେ ୫୦୦୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି ନବବର୍ଷର ଗଣନା ହୋଇ ଆସୁଛି। ବଡ ଦୁଃଖର କଥା  ଆମେମାନେ ଏହାକୁ ଭାଗ ଭାଗ କରିଦେଇଥିବାରୁ ବିଶ୍ଵମାନ୍ୟତା ହରାଇ ବସିଛୁ। ଓଡ଼ିଶାରେ ଏହାକୁ ପଣା-ସଂକ୍ରାନ୍ତି (ଓଡ଼ିଆ ନବବର୍ଷ),ପଶ୍ଚିମ ବଙ୍ଗରେ ପହିଲି-ବୈଶାଖ (ବଙ୍ଗାଳି ନୂତନ ବର୍ଷ), ପଞ୍ଜାବରେ ବୈଶାଖୀ(ପଞ୍ଜାବୀ ନୂତନ ବର୍ଷ), ତାମିଲନାଡୁରେ ପୁଥୁବରୁଧାମ(ତାମିଲ ନୂଆ ବର୍ଷ) ଏହିଭଳି ଭାଗ ବାଣ୍ଟି ପାଳନ କରି ଆସୁଅଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି