ଆଜି ପହିଲି ରଜ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ପହିଲି ରଜ। ରଜପର୍ବକୁ ନେଇ ଗାଁରୁ ସହର ସବୁଠି ଉତ୍ସବମୁଖର । ଦୋଳି ଖେଳ, ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହିତ ପିଠା ମିଠାର ଆସର । ବିଶେଷ କରି ରଜ ଅବସରରେ ଭଳି କି ଭଳି ପିଠା ହିଁ ବଡ ଆକର୍ଷଣ ସୃଷ୍ଟି କରିଥାଏ । ରଜ ତିନିଦିନ ମଧ୍ୟରୁ ପ୍ରଥମ ଦିନରେ ପହିଲି ରଜ । ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ପିଠା ଖାଇ, ଦୋଳି ଖେଳି ବେଶ୍ ଆଗ୍ରହର ସହକାରେ ମନାଇଥାନ୍ତି ରଜକୁ ।

ଝିଅ ମାନେ ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ ଟିକିଲି ପିନ୍ଧି ପରମ୍ପରା ଅନୁଯାୟୀ ପାଳନ କରିବେ ପହିଲି ରଜ । ତିନି ଦିନ ଧରି ଗାଁ ଠୁ ସହର ସବୁଠି ଜମିଥାଏ ରଜର ଆସର । ରଜର ପ୍ରଥମ ଦିନକୁ ପହିଲି ରଜ ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ । ଚତୁର୍ଥ ଦିନରେ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ ।

ରଜରେ ଆସର ରଜଦୋଳି ଓ ପୋଡ଼ ପିଠାରେ ଅଧିକ ଜମିଥାଏ । ଘରେ ଘରେ ପୋଡ ପିଠା ଓ ରଜ ପାନ ପ୍ରସ୍ତୁତ କରାଯାଇଥାଏ । ଝିଅମାନେ ହାତରେ ମେହେନ୍ଦି, ମୁଣ୍ଡରେ କୁଙ୍କୁମ ଓ ପାଦରେ ଅଳତା ଲଗାଇବା ସହ ନୂଆ ପୋଷାକ ପିନ୍ଧି ଗାଁ ବୁଲିଥାନ୍ତି । କଥାରେ ଅଛି ଚାଷୀ ଚାଷ କାର୍ୟ୍ୟ କରିବା ପୂର୍ବରୁ ପରିବାର ସହ ହସଖୁସିରେ ରଜ ପର୍ବ ପାଳନ କରାଯାଇଥାଏ । ପରେ ଚାଷୀ ଚାଷ କାମରେ ଲାଗିପଡିଥାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!