ଚାନ୍ଦବାଲି ବ୍ଲକରେ ଜନଶୁଣାଣି ବୈଠକ ଅନୁଷ୍ଠିତ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ପଞ୍ଚାୟତ ସମିତି ସଭାଗୃହରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଅଭିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚାନ୍ଦବାଲି ବ୍ଲକର ବିଭିନ୍ନ ବିଭାଗର ମୋଟ ୧୦୨ଟି ଅଭିଯୋଗ ପଞ୍ଜୀକୃତ ହୋଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଉପଜିଲ୍ଲାପାଳ ମନୋଜ ପାତ୍ର ଏହି ବୈଠକରେ ଅନୁପସ୍ଥିତ ଥିଲେ ।ଏହି ବୈଠକରେ ଭଦ୍ରକ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠୁପାଲ, ପିଡି ସୋରଜ ଦତ୍ତ, ସିଡିଏମଓ ସନ୍ତୋଷ କୁମାର ପାତ୍ର ଅଭିଯୋଗ ଗ୍ରହଣ କରିଥିଲେ ।ସମସ୍ତ ଅଭିଯୋଗ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନକାର୍ଡ଼ ସମସ୍ୟା ଓ ଶିକ୍ଷକ ଅଭାବ, ମେଡିକାଲରେ କର୍ମଚାରୀ ଅଭାବ, ନିମ୍ମମାନର ଶିଶୁ ଖାଦ୍ୟ ବଣ୍ଟନ, ବିଭିନ୍ନ ପଞ୍ଚାୟତରେ ଆବାସ, ପିଡ଼ିଏସ ଦୁର୍ନୀତି, ଵେଆଇନ୍ ଚିଙ୍ଗୁଡ଼ି ଘେରି, ଶ୍ମଶାନ ଘାଟ ତିଆରି ଦୃର୍ନୀତି ପ୍ରସଙ୍ଗ ଅଭିଯୋଗ ଆଦି ସମ୍ପର୍କରେ ଥିଲା । ଏହି କାର୍ୟ୍ୟକ୍ରମରେ ବିଡିଓ , ତହସିଲଦାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଚାନ୍ଦବାଲି ଏନ୍.ଏ.ସି ଅଧିକାରୀ ଓ ସମସ୍ତ ବିଭାଗର ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ