Masthead

ଶିଳ୍ପନଗରୀରେ ବଢି ଛାଲିଛି ସଂକ୍ରମଣ

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଚିନ୍ତା ବଢାଉଛି କରୋନାର ଦ୍ଵିତୀୟ ଲହର । ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ବଢି ଛାଲିଛି କରୋନା ସଂକ୍ରମଣ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବଢି ଚାଲିଛି । ପୋଲିସ ଓ ପ୍ରଶାସନ ପକ୍ଷରୁ ଏଥିପାଇଁ ବ୍ୟାପକ କଟକଣା ଜାରି କରାଯାଉଛି। ସଂକ୍ରମଣ କମିବାର ନାଁ ଧରୁନି । ଗତ ୭ ଦିନର ରିପୋର୍ଟକୁ ଦେଖିଲେ, ଜିଲ୍ଲାରେ ୨୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ଚଳିତ ମାସ ୮ ତାରିଖରେ ୩୩ ଜଣ , ୯ ତାରିଖରେ ୪୫ ଜଣ , ୧୦ ତାରିଖରେ ୨୫ ଜଣ , ୧୧ ତାରିଖରେ ୩୬ ଜଣ , ୧୨ ତାରିଖରେ ୩୩ ଜଣ , ୧୩ ତାରିଖରେ ୪୩ ଜଣ ଓ ୧୪ ତାରିଖରେ ୬୫ ଜଣ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଏହି ରିପୋର୍ଟକୁ ଦେଖିଲେ ସହଜରେ ଅନୁମାନ କରାଯାଇପାରେ ଯେ ଜିଲ୍ଲାରେ କରୋନା କେଉଁଭଳି ଭାବରେ କାୟା ମେଲାଇବାରେ ଲାଗିଛି । ଜିଲ୍ଲାରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଟେଷ୍ଟିଂ ମଧ୍ୟ ବୃଦ୍ଧି କରାଯାଇଛି । ପ୍ରତ୍ୟେକ ଛକ ଜାଗା, ବଜାର ଓ ବସଷ୍ଟାଣ୍ଡ ଆଦି ସ୍ଥାନ ମାନଙ୍କରେ ପରୀକ୍ଷା କରାଯାଉଛି । ସେପଟେ ପୁଲିସ ପକ୍ଷରୁ ମାସ୍କ ଓ ସାମାଜିକ ଦୂରତାକୁ କଡାକଡି ଯାଞ୍ଚ କରାଯାଇଛି । ଅନୁଗୁଳ ବଜାରରେ ଭିଡ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଟ କରାଯିବା ସହ ଯାଞ୍ଚ କରାଯାଉଛି । ଅମାନିଆଙ୍କ ଠାରୁ ଫାଇନ ଆଦାୟ କରାଯିବା ସହ କଟକଣା ଉଲ୍ଲଙ୍ଘନ କରୁଥିବା ଦୋକାନ ମଧ୍ୟ ସିଲ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’