Masthead

ଟ୍ୟାଙ୍କର ପାଣିକୁ ଏକମାତ୍ର ଭରସା

ଭଦ୍ରକ (ବଡ଼ ଖବର ବ୍ୟୁରୋ):  ବିଭାଗୀୟ ଅଧିକାରୀ ପାନୀୟ ଜଳ ଯୋଗାଇବାରେ ବିଫଳ। ପଞ୍ଚାୟତର ଗ୍ରାମରେ ପାନୀୟ ଜଳ ଯୋଗାଣ ଓ ଗ୍ରାମ ମାନଙ୍କରେ ଭୂତଳ ଜଳ ଯୋଗାଣ ପ୍ରକଳ୍ପ ଥିଲେ ମଧ୍ୟ ଏ ସବୁ ଅକାମୀ। ସେପଟେ ପଞ୍ଚାୟତରେ ନିର୍ମାଣଧୀନ ବସୁଧା ଯୋଜନାରେ ପାଇପ୍ ଲାଇନ ବିଛାଯାଇଛି । ଅଧିକାଂଶ ଯାଗାରେ ପାଇପ୍ ଫାଟି ନଷ୍ଟ ହୋଇଛି। ସେପଟେ ଏବେ ଗ୍ରାମର ଲୋକଙ୍କୁ ଟ୍ୟାଙ୍କର ଯୋଗାଇଛି ପାଣି।

ଏଭଳି ଜଳ ସମସ୍ୟା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବ୍ଲକର କିଛି ପଞ୍ଚାୟତରେ । ଏବେ ଜଳସଙ୍କଟ ଭିତରେ ଥିବାବେଳେ ରାମଚନ୍ଦ୍ରପୁର ପଞ୍ଚାୟତର ପାଞ୍ଚଟି ଗ୍ରାମର ଲୋକମାନେ ଏବେ ପାଣି ପାଇଁ କଲବଲ। ରାମଚନ୍ଦ୍ରପୁର ପଞ୍ଚାୟତର ଲୋକଙ୍କ ପାଇଁ ଏବେ ଟ୍ୟାଙ୍କର ପାଣି ସାହା ଭରଷା। ପଞ୍ଚାୟତର ନାରାୟଣପୁର ଗ୍ରାମ ଠାରେ ଭୂତଳ ଜଳ ଯୋଗାଣ ପ୍ରକଳ୍ପ ରହିଛି କିନ୍ତୁ ଷ୍ଟାଣ୍ଡ ପୋଷ୍ଟ ଗୁଡ଼ିକ ଭାଙ୍ଗି ଯିବାରୁ ଏବଂ ନିର୍ମାଣଧୀନ ପାନୀୟ ଜଳ ପ୍ରକଳ୍ପର ବିଛା ହୋଇଥିବା ପାଇପ୍ ଗୁଡ଼ିକ ଫାଟି ନଷ୍ଟ ହୋଇ ଯିବାରୁ ଗ୍ରାମର ଲୋକମାନଙ୍କ ପାଖରେ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି ।

ସେପଟେ ଏହାକୁ ଲକ୍ଷ୍ୟକରି ଭଣ୍ଡାରୀପୋଖରୀରେ ବିଜେପି ପକ୍ଷରୁ ଜନସାଧାରଣଙ୍କ ଆବଶ୍ୟକତା ପାଇଁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଥିବା ଦେଖିବାକୁ ମିଳିଛି। ତେବେ ବ୍ଲକର ପକ୍ଷରୁ ଏହି ଅଞ୍ଚଳ ପାଇଁ ସ୍ଵତନ୍ତ୍ର ଜଳଯୋଗାଣ ବ୍ୟବସ୍ଥା କରାଯିବାକୁ ଅଧିବାସୀମାନଙ୍କ ପକ୍ଷରୁ ଦାବି କରାଯାଇଛି। ତେବେ ଗୋଟିଏ ପଟେ ସାଧାରଣ ଲୋକେ ଜଳ ପାଇଁ ହନ୍ତସନ୍ତ ହୋଇଥିବାବେଳେ ଏଠି କ’ଣ ପାଇଁ ଭଣ୍ଡାରୀପୋଖରୀରେ ପାନୀୟ ଜଳ ଯୋଗାଣ ବିଭାଗ କ’ଣ ପାଇଁ ଚୁପ୍ ବସିଛି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼