Masthead

ପିପିଲିରେ କଂଗେସରୁ କିଏ? ଚର୍ଚ୍ଚାରେ ମିସେସ ମଙ୍ଗରାଜ

ପିପିଲି (ବଡ଼ ଖବର ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହୋଇଛି ସାନି ନିର୍ବାଚନୀ ତାରିଖ । ମେ ୧୩ରେ ପିପିଲି ପାଇଁ ଭୋଟ ଗ୍ରହଣ ହେବ । ୧୬ରେ ଗଣତି ହୋଇ ସେଦିନହିଁ ଘୋଷଣା ହେବ ଫଳାଫଳ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବାହାରିଛି ବିଜ୍ଞପ୍ତି । ତାରିଖ ଘୋଷଣା ପରେ ଏବେ କିଛିଦିନ ପାଇଁ ନିରବ ଥିବା ପିପିଲି ରାଜନୀତିର ପାଣିପାଗ ପୁଣି ଉଷ୍ମ ହେବାରେ ଲାଗିଛି । ବିଜେପି ବିଜେଡି ନିଜ ନିଜ ରଣକୌଶଳ ପ୍ରୟୋଗ କରି ଚାଲିଛନ୍ତି । ଏହାରି ଭିତରେ ଏବେ ସମସ୍ତଙ୍କ ନଜର କଂଗ୍ରେସ ପ୍ରାର୍ଥୀଙ୍କ ଉପରେ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ପିପିଲିରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଏବେ ଏହି ଆସନରୁ କାହାକୁ ପ୍ରାର୍ଥୀ କରିବ କଂଗ୍ରେସ ତାକୁ ନେଇ ଲାଗିରହିଛି କଳ୍ପନାଜଳ୍ପନା । ଚର୍ଚ୍ଚା ହେଉଛି ଏହି ଆସନ ପାଇଁ ସିମ୍ପାଥି ଭୋଟ ହାତେଇବା ଲକ୍ଷ୍ୟରେ ରହିଛି ଦଳ । ଦଳ ପକ୍ଷରୁ ଦିବଙ୍ଗତ ନେତା ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜଙ୍କୁ ପ୍ରାର୍ଥୀ କରାଯିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସେପଟେ ନିଶିକାନ୍ତ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ନିରୁପମା ପାତ୍ର ମଧ୍ୟ ଟିକେଟ ରେସରେ ଅଛନ୍ତି ।

୨୦୧୯ ସାଧାରଣ ନିର୍ବାଚନରେ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ଅଜିତ । କିନ୍ତୁ ସେହି ନିର୍ବାଚନରେ ଦଳ ଶୋଚନୀୟ ପରାଜତ ବରଣ କରିଥିଲା । ତଥାପି କଂଗ୍ରେସ ଅଜିତଙ୍କ ଉପରେ ଭରସା କରିଥିଲା । ପୁଣି ଉପ ନିର୍ବାଚନରେ ଅଜିତଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଏବେ ଅଜିତଙ୍କ ଅବର୍ତ୍ତମାନରେ କିଏ ପିପିଲିରେ କଂଗ୍ରେସର ହାତକୁ ଅଗକୁ ନେବ ? କାହାକୁ ଟିକେଟ ଦେଇ ପିପିଲିରେ ହାତକୁ ମଜବୁତ କରିବ ଦଳ ତାହା ଆଗମୀ ଦିନରେ ଜଣାପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ