ମା’ ପାଦତଳେ ଗଲା ପୁଅର ଜୀବନ

ବାରଣାସୀ(ବଡ଼ ଖବର ବ୍ୟୁରୋ): ମା’ ପାଦ ତଳେ ଗଲା ପୁଅର ଜୀବନ । ଏହିପରି ଦୃଶ୍ୟ ହୃଦୟ ବିଦାରକ। କରୋନା ସଂକ୍ରମଣ ବୃଦ୍ଧି ଦେଶରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଛାରଖାର କରିଦେଇଛି। ଦିନକୁ ଦିନ ବଢ଼ି ଚାଲିଥିବା ସକ୍ରିୟ ମାମଲା ଯୋଗୁଁ ଜଣେ ସଂକ୍ରମିତ ପାଇଁ ତ ରୋଗୀଶଯ୍ୟାର ଅଭାବ ଦେଖାଦେଉଛି। ଏଥିସହିତ ଅନ୍ୟ ଅଣକୋଭିଡ ଗୁରୁତର ରୋଗୀ ମଧ୍ୟ ଜରୁରୀକାଳୀନ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି।

ଉତ୍ତରପ୍ରଦେଶର ବାରଣାସୀରେ ଗତ ସୋମବାର ଜଣେ ଯୁବକ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦଉଡ଼ି ଦଉଡ଼ି ଶେଷରେ ଚିକିତ୍ସା ସୁବିଧା ନପାଇ ଆଖି ବୁଜିବା ଘଟଣା ଆଲୋଡ଼ନ ଆଣିଦେଇଛି। ଦୁଃଖ ସେତିକିରେ ସରିନି। ଶବ ନେବା ପାଇଁ ଆମ୍ବୁଲାନ୍ସ କି ଶବବୁହା ଗାଡ଼ି ନମିଳିବାରୁ ମୃତକଙ୍କ ମାଆ ଏକ ଇ-ରିକ୍ସାରେ ଶବକୁ ନେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଯୌନପୁରର ବିନୟ ସିଂହ କିଡନି ଜନିତ ଜରୁରୀକାଳୀନ ଚିକିତ୍ସା ପାଇଁ ବାରଣାସୀ ଆସିଥିଲେ। ପ୍ରଥମେ ସେ ବିଏଚ୍‌ୟୁ ସରକାରୀ ଡାକ୍ତରଖାନା ଯାଇଥିଲେ ହେଁ ସେଠାରେ ଅଣକୋଭିଡ୍‌ ଶଯ୍ୟା ନଥିବାରୁ ତାଙ୍କୁ ଘରୋଇ ଡାକ୍ତରଖାନା ଯିବାକୁ ପଡ଼ିଥିଲା।

ମାତ୍ର ସେଠାରେ ମଧ୍ୟ ତାଙ୍କୁ ସମଦଶା ଭୋଗିବାକୁ ପଡ଼ିଥିଲା ଏବଂ ନିଜ ମାଆଙ୍କ ଆଖି ଆଗରେ ଚିକିତ୍ସା ଅଭାବରୁ ବିନୟଙ୍କର ଜୀବନ ଯାଇଥିଲା। ଘରକୁ ପୁଅର ଶବକୁ ନେବା ପାଇଁ ମାଆ ଚନ୍ଦ୍ରକଳା ଆମ୍ବୁଲାନ୍ସଟିଏ ଖୋଜିଲେ। ମାତ୍ର ତାହା ବି ମିଳିଲାନି। ଶେଷରେ ଏକ ଇ-ରିକ୍ସାରେ ଶବକୁ ଲଦି ସେ ଘରକୁ ଫେରିଥିଲେ। ସେହି ସମୟର ଏହି ହୃଦୟ ବିଦାରକ ଦୃଶ୍ୟ ଅନେକ ସଚେତନ ନାଗରିକଙ୍କ ମନରେ ଗଭୀର ଆଲୋଡ଼ନ ଆଣିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’