Before Header

ବଜେଟ ଅପଡ଼େଟ: କେଉଁ କ୍ଷେତ୍ରକୁ ମିଳିଲା କେତେ ଜାଣନ୍ତୁ…………..

0 34

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୨୧-୨୨ ବର୍ଷର ଆର୍ଥିକ ବଜେଟକୁ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କୋଭିଡ଼ ମହାମାରୀ ମାନବଜାତିକୁ ବଡ଼ ସଂକଟରେ ପକାଇଥିଲା । ସରକାରଙ୍କ ସକାରାତ୍ମକ ଚିନ୍ତାଧାରା ମହାମାରୀକୁ ମୁକାବିଲା କରିପାରିଥିଲା।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓଡ଼ିଶାକୁ ପ୍ରଶଂସା କରିଛନ୍ତି । ଇ-ବଜେଟ ଉପସ୍ଥାପନରେ ଓଡ଼ିଶା ସମ୍ଭବତଃ ଦେଶରେ ପ୍ରଥମ । ଓଡ଼ିଶା ଅର୍ଥନୀତିର ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ବଢ଼ିଚାଲିଛି ।

 ଚଳିତ ବର୍ଷ ଜିଡିପି ୪.୯ ହ୍ରାସ ହେବ ବୋଲି ଆକଳନ କରାଯାଇଛି
 ଚାଷୀ, ସ୍ୱୟଂ ସହାୟିକା ଗୋଷ୍ଠୀକୁ ଅଧିକ ଋଣ ଦେବା ଯୋଜନା
 କଳାହାଣ୍ଡି ଏବଂ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ
 ଜଳସେଚନ ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ
 ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ ୭୧୦ କୋଟି ବ୍ୟୟବରାଦ
 ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦ କୋଟି ବ୍ୟୟବରାଦ
 ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ଟଙ୍କା ବ୍ୟୟବରାଦ
 ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ
 କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟ ବରାଦ
 ବିହନ ପାଇଁ ଶହେ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି
 ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ବ୍ୟୟ ବରାଦ
 ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି ବ୍ୟୟବରାଦ
 ବିପର୍ୟ୍ୟୟରେ ତ୍ୱରିତ କ୍ଷତିପୂରଣ ପାଇଁ ୫୬୦ କୋଟି ବ୍ୟୟବରାଦ
 ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୪୧୫ କୋଟି ବ୍ୟୟବରାଦ
 ମାଛଧରା ଜେଟି ଓ ମାଛ ବଜାର ପାଇଁ ୧୦୦ କୋଟି ବ୍ୟୟବରାଦ କରାଯାଇଛି
 ପଶୁଙ୍କୁ ଚିକିତ୍ସା ପାଇଁ ଆରମ୍ଭ ହେବ ପଶୁ ହେଲପ ଲାଇନ ସେବା,
 ରାଜ୍ୟରେ ପ୍ରତିଷ୍ଠା ହେବ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ୱବିଦ୍ୟାଳୟ।
 କୃଷି ବଜେଟ ପାଇଁ ମୋଟ ୧୭, ୪୬୮ କୋଟି ବ୍ୟୟବରାଦ।
 ଓମ୍ବାଡସି ଓ ଡିଏମ୍ଏଫରୁ କୃଷି କ୍ଷେତ୍ରରେ ୪୪୭ କୋଟି ବିନିଯୋଗ ହେବ।
 ମନରେଗାରୁ ୧୯୬୬ କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ ଯୋଜନା କରାଯାଇଛି।
 ୨୦୨୧-୨୨ରେ କୃଷି କ୍ଷେତ୍ରରେ ପ୍ରାୟ ୨୦ ହଜାର କୋଟି ବ୍ୟୟବରାଦ କରାଯାଇଛି।
 କୋଭିଡ଼ ସତ୍ତ୍ୱେ ଚଳିତ ବର୍ଷ ରାଜସ୍ୱ ଆୟ ୧୦% ବୃଦ୍ଧି ଆକଳନ କରାଯାଇଛି।
 ଚଳିତ ବର୍ଷ ଋଣ ଭାର ଏଝଊଚର ୨୦.୯% ହେବା ଆକଳନ।
 ଚଳିତ ବର୍ଷ ମୋଟ ବଜେଟ ପରିମାଣ ୧ ଲକ୍ଷ ୭୦ ହଜାର କୋଟି।
 ୧.୭୦ ଲକ୍ଷରୁ ୧, ୨୫, ୬୦୦ କୋଟି ଟିକସ ଓ ଅନୁଦାନରୁ ପ୍ରାପ୍ତି ଲକ୍ଷ୍ୟ ରହିଛି।
 ଋଣରୁ ପ୍ରାୟ ୪୪ ହଜାର ୪୦୦ କୋଟି ପ୍ରାପ୍ତି ଲକ୍ଷ୍ୟ।
 ନେଟ୍ ଋଣ ପରିମାଣ ୧୮, ୪୬୫ କୋଟି ରହିବ।
 ଝଉଈକୁ ଏମ୍ସ ପ୍ଲସ କରିବାକୁ ୩୫୦୦ କୋଟି ବ୍ୟୟ ଯୋଜନା।
 ଝଉଈ ପାଇଁ ଚଳିତ ବର୍ଷ ୫ଶହ କୋଟି ବ୍ୟୟବରାଦ କରାଯାଇଛି।
 ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ବ୍ୟୟବରାଦ କରାଯାଇଛି।
 ଏକାମ୍ର କ୍ଷେତ୍ର ପାଇଁ ୨ଶହ ଓ ସମଲେଇ ପାଇଁ ୨ଶହ କୋଟି ବ୍ୟୟବରାଦ।
 ରାଉରକେଲା ହକି ଷ୍ଟାଡିୟମ ପାଇଁ ୯୦ କୋଟି ବ୍ୟୟବରାଦ କରାଯାଇଛି।
 ସ୍ୱାସ୍ଥ୍ୟସେବା ପାଇଁ ମୋଟ ୯୧୬୪ କୋଟି ବ୍ୟୟବରାଦ।
 ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଫ୍ରି ଟ୍ରମା କେୟାର ଯୋଜନା।
 ଫ୍ରି ଟ୍ରମା କେୟାର ଯୋଜନା ପାଇଁ ୪୦ କୋଟି ଟଙ୍କା ବ୍ୟୟବରାଦ।

Leave A Reply

Your email address will not be published.