Masthead

କନିଆ ସାଜିବେ କମୋଲିକା

ମୁମ୍ବାଇ (ବଡ ଖବର ବ୍ୟୁରୋ): କମୋଲିକା ଚରିତ୍ରରେ ଘରେ ଘରେ ପରିଚିତ ଆଭିନେତ୍ରୀ ଉର୍ବଶୀ ଢୋଲକିଆ ଜ୍ଝ ତାଙ୍କ ପାଇଁ ଏବଂ ତାଙ୍କ ଅଭିନୟ ପାଇଁ ଲକ୍ଷ ଲକ୍ଷ ଦିୱାନା । ସେ ଖୁବ କମ ବୟସରୁ ବିବାହ କରିଥିଲେ । ଉର୍ବଶୀ ୧୬ ବର୍ଷ ବୟସରେ ବିବାହ କରି ବର୍ଷ ବୟସରେ ସେ ଯାଆଁଳା ପୁତ୍ରର ମା’ ହୋଇଥିଲେ । ତେବେ ତାଙ୍କ ବିବାହ ଅଧିକ ଦିନ ଯାଏ ରହି ନଥିଲା ବର୍ଷ ପରେ ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇ ଯାଇଥିଲେ । ଏଥି ସହିତ ବର୍ତ୍ତମାନ ଅଭିନେତ୍ରୀ ତାଙ୍କର ଦ୍ୱିତୀୟ ବିବାହକୁ ନେଇ ନୀରବତା ଭାଙ୍ଗିଛନ୍ତି ।

ଏକ ଇଣ୍ଟରଭ୍ୟୁରେ ଉର୍ବଶୀ କହିଛନ୍ତି, ‘ମୋର ପିଲାମାନେ ଏବଂ ମୋ ପରିବାର ସର୍ବଦା ଚାହାଁନ୍ତି ଯେ ମୁଁ ସେଟେଲ୍ ହୋଇଯାଏ । ମୋ ପିଲାମାନେ ପ୍ରାୟତଃ ମୋତେ ପଚାରନ୍ତି ମୁଁ କାହିଁକି କାହାକୁ ବିବାହ କରୁ ନାହିଁ? ସତ କହିବାକୁ ଗଲେ, ମୋ ପାଖରେ ଏତେ ସମୟ ନାହିଁ, କି ମୁଁ ଏହା ବିଷୟରେ ଚିନ୍ତା କରିବାକୁ ଇଚ୍ଛା କରି ନାହିଁ । ମୁଁ ସବୁବେଳେ ମୋ କାମରେ ବ୍ୟସ୍ତ । ‘ଅଭିନେତ୍ରୀ ଆହୁରି କହିଛନ୍ତି, ‘ମୁଁ ଜଣେ ସ୍ୱାଧୀନ ମହିଳା ଏବଂ ମୁଁ ମୋର ହିସାବରେ ଜୀବନ ବଞ୍ଚିବା ଶିଖିଛି । ତେଣୁ, ମୋତେ ଜଣେ ଏପରି ସାଥୀ ଦରକାର ଯିଏ ମୋତେ ବୁଝିବ, ମୋର ସ୍ୱାଧୀନତାକୁ ବୁଝିବ,।

ଟିଭି ସିରିଏଲ୍ ‘କସୌଟି ଜିନ୍ଦେଗି’ ରେ ଉର୍ବଶୀ ଢୋଲକିଆ କମୋଲିକା ଭୂମିକାରେ ଅଭିନୟ କରିଥିଲେ । ଯାହା ପରେ ସେ ତାଙ୍କ କ୍ୟାରେକ୍ଟରକୁ ନେଇ ବେସ ଚର୍ଚ୍ଚାରେ ରହିଥିଲେ । ଦର୍ଶକଙ୍କ ହୃଦୟରେ ସେ ଆଜିବି କମୋଲିକା ଭାବରେ ରାଜ କରୁଛନ୍ତି । ଦର୍ଶକ ଆଜି ବି ତାଙ୍କୁ ତାଙ୍କ ୍ଅସଲି ନା ରେ ନୁହେଁ ବରଂ କମୋଲିକା ନା ରେ ଅନେକ ସିରିଏଲରେ ଅଭିନୟ କରିଥିଲେ । ସେ ୨୦୧୨ ରେ ବିଗ୍ ବସ୍ ସିଜନ୍ ୬ ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଶୋ’ର ବିଜେତା ହୋଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ