Masthead

ଦେଶରେ କରୋନା ବିସ୍ଫୋରଣ: ମିନିଟକୁ ୨୪୩ ସଂକ୍ରମିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭାରତରେ ଭୟଙ୍କର ସ୍ଥିତିରେ କରୋନା । କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଭାରତରେ ଗତବର୍ଷ ମାର୍ଚ୍ଚରେ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ସେପ୍ଟେମ୍ବର ମାସରେ ଶୀର୍ଷ ସ୍ଥାନରେ ପହଞ୍ଚିଥିଲା। ସେତେବେଳେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୯୭ ହଜାର। ଏହାପରେ ସଂକ୍ରମଣ ହ୍ରାସ ପାଇ ଗତ ଫେବୃଆରିରେ ୮ ହଜାର ୬୦୦କୁ ଖସି ଆସିଥିଲା। କିନ୍ତୁ ହଠାତ୍ ମାର୍ଚ୍ଚ ଶେଷରେ ପୁଣି ହୁ ହୁ ହୋଇ ବଢ଼ି ଚାଲିଲା ସଂକ୍ରମଣ। ୫ ଏପ୍ରିଲରେ ଏହା ଏକ ଲକ୍ଷ ଛୁଇଁବା ପରେ ଆଉ ଖସିବାର ନାମ ଧରୁନାହିଁ। ଅନ୍ୟପକ୍ଷରେ ଏହା ୨୫ ତାରିଖ ସୁଦ୍ଧା ୩ ଲକ୍ଷ ୪୯ ହଜାରରେ ପହଞ୍ଚିଛି। ଦେଶରେ କରୋନାର ସ୍ଥତି ଏତେ ଜଟିଳ ଯେ, ଏହା ନିୟନ୍ତ୍ରଣ ବାହାରେ ।

ଗତ ୨୪ ଘଣ୍ଟାର ସ୍ଥିତିରୁ ଜଣାପଡ଼ିଛି ଯେ, ଏବେ ପ୍ରତି ମିନିଟ୍‌ରେ ୨୪୩ ଜଣ ସଂକ୍ରମିତ ହେଉଛନ୍ତି ଏବଂ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହେଉଛି। ଗତ ୪ ଦିନ ହେଲା ଦୈନିକ ସଂକ୍ରମଣ ୩ ଲକ୍ଷରୁ ଅଧିକ ରହୁଥିବା ବେଳେ ଲଗାତାର ୧୯ ଦିନ ଧରି ସଂକ୍ରମଣ ୧ ଲକ୍ଷରୁ ଅଧିକ ରହିଛି, ଯାହା ଚିନ୍ତାଜନକ । ଗତ ୨୪ ଘଣ୍ଟାରେ ବିଶ୍ୱର ମୋଟ୍‌ ସଂକ୍ରମଣର ପ୍ରାୟ ୪୦ ପ୍ରତିଶତ କେବଳ ଭାରତରୁ ଚିହ୍ନଟ ହୋଇଛି। ସଂକ୍ରମଣ ଦିନକୁ ଦିନ ଅଣାୟତ୍ତ ହୋଇଚାଲିଥିବାରୁ ଆଇସିୟୁ ବେଡ୍‌ ଏବଂ ଅକ୍ସିଜେନ୍‌ ଅଭାବ ସମସ୍ୟା ମଧ୍ୟ ଜଟିଳ ହୋଇଛି। ଏବେ ଦେଶର ମୋଟ୍‌ ସକ୍ରିୟ ମାମଲାର ୨୬ ପ୍ରତିଶତ କେବଳ ମହାରାଷ୍ଟ୍ରରେ ରହିଛି। ଯେଉଁଥିପାଇଁ ମହାରାଷ୍ଟ୍ର ସରକାର ଗ୍ରହଣ କରିଛନ୍ତି କଡ଼ା ପଦକ୍ଷେପ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି