Masthead

କୋଭିଡ଼ ହସ୍ପିଟାଲରେ ବିବାହ

ଥିରୁଅନନ୍ତପୁରମ (ବଡ଼ ଖବର ବ୍ୟୁରୋ): ପିପିଇ କିଟ ପିନ୍ଧି ବିବାହ କଲେ କନ୍ୟା । କଥାଟା ଟିକେ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେରଳର ଆଲାପୁଜା ଜିଲ୍ଲାରେ । ଏକ କୋଭିଡ ୱାର୍ଡକୁ ‘ବିବାହ ସ୍ଥାନ’ କରାଯାଇଛି। ସୂଚନା ଅନୁଯାୟୀ, ବିବାହର କିଛି ଦିନ ପୂର୍ବରୁ କଙ୍କ୍ରି ନିବାସୀ ସାରାଥ ମାନା ଏବଂ ତାଙ୍କ ମା କୋଭିଡ ପଜିଟିଭ୍ ହୋଇଥିଲେ। ତାଙ୍କୁ ଏପ୍ରିଲ୍ ୨୫ ରେ ଭନ୍ଦନମ୍ ମେଡିକାଲ୍ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପୁଅ ଏବଂ ଝିଅର ପରିବାର ନିଷ୍ପତ୍ତି ନେଇଥିଲେ ଯେ ବିବାହ ଏକ ନିର୍ଦ୍ଦିଷ୍ଟ ଦିନ ହେବ। ଏହା ପରେ ଡାକ୍ତରଖାନାକୁ ଏକ ‘ବିବାହ ସ୍ଥାନ’ କରିବାକୁ ନିଷ୍ପତ୍ତି ନିଆଗଲା। ଏଥିପାଇଁ ସେ ଜିଲ୍ଲାର ଡିଏମ ଏବଂ ଡାକ୍ତରଖାନାର ଅଧୀକ୍ଷକ ଆର.ଭି ରାମଲାଲଙ୍କ ଅନୁମୋଦନ ଲୋଡିଥିଲେ। ଅନୁମୋଦନ ପାଇବା ପରେ ଝିଅ ଅଭିରାମି ଠିକ୍ ସମୟରେ ତାଙ୍କ ଗାଁ ଥେକାନିଆଡାର ସମ୍ପର୍କୀୟଙ୍କ ସହ ଡାକ୍ତରଖାନାରେ ପହଞ୍ଚିଥିଲେ। ଉଭୟ ପିପଇ କିଟ୍ ପିନ୍ଧିଥିଲେ। ସାରଥ ମାନା ଏବଂ ଅଭିରାମି ପରସ୍ପର ଉପରେ ଫୁଲମାଳ ପିନ୍ଧାଇଥିଲେ  ।

 ଏହି ସମୟରେ ଡାକ୍ତରଖାନାର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ତାଳି ଦେଇ ଭବିଷ୍ୟତ ପାଇଁ ଉଭୟଙ୍କୁ ଅଭିନନ୍ଦନ ଜଣାଇଲେ। ଉଭୟ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୂଚନା ଅନୁଯାୟୀ, ଗତ ବର୍ଷ ଦୁହେଁ ବିବାହ କରିଥୋନ୍ତ। କିନ୍ତୁ କୋଭିଡ ମହାମାରୀ ହେତୁ ବିବାହକୁ ଆଗକୁ ନେବାକୁ ପଡିଥିଲା। ଏପ୍ରିଲ୍ ୨୧ ରେ ସାରଥ ଏବଂ ତାଙ୍କ ମା ନିଶ୍ୱାସ ନେବାରେ ଅସୁବିଧା ହୋଇଥିବା ଅଭିଯୋଗ କରିଥିଲେ। ଏହା ପରେ ଉଭୟଙ୍କ କରୋନା ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ପଜିଟିଭ ଆସିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା