Masthead

କୋଭିଡ଼ ହସ୍ପିଟାଲରେ ବିବାହ

ଥିରୁଅନନ୍ତପୁରମ (ବଡ଼ ଖବର ବ୍ୟୁରୋ): ପିପିଇ କିଟ ପିନ୍ଧି ବିବାହ କଲେ କନ୍ୟା । କଥାଟା ଟିକେ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେରଳର ଆଲାପୁଜା ଜିଲ୍ଲାରେ । ଏକ କୋଭିଡ ୱାର୍ଡକୁ ‘ବିବାହ ସ୍ଥାନ’ କରାଯାଇଛି। ସୂଚନା ଅନୁଯାୟୀ, ବିବାହର କିଛି ଦିନ ପୂର୍ବରୁ କଙ୍କ୍ରି ନିବାସୀ ସାରାଥ ମାନା ଏବଂ ତାଙ୍କ ମା କୋଭିଡ ପଜିଟିଭ୍ ହୋଇଥିଲେ। ତାଙ୍କୁ ଏପ୍ରିଲ୍ ୨୫ ରେ ଭନ୍ଦନମ୍ ମେଡିକାଲ୍ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପୁଅ ଏବଂ ଝିଅର ପରିବାର ନିଷ୍ପତ୍ତି ନେଇଥିଲେ ଯେ ବିବାହ ଏକ ନିର୍ଦ୍ଦିଷ୍ଟ ଦିନ ହେବ। ଏହା ପରେ ଡାକ୍ତରଖାନାକୁ ଏକ ‘ବିବାହ ସ୍ଥାନ’ କରିବାକୁ ନିଷ୍ପତ୍ତି ନିଆଗଲା। ଏଥିପାଇଁ ସେ ଜିଲ୍ଲାର ଡିଏମ ଏବଂ ଡାକ୍ତରଖାନାର ଅଧୀକ୍ଷକ ଆର.ଭି ରାମଲାଲଙ୍କ ଅନୁମୋଦନ ଲୋଡିଥିଲେ। ଅନୁମୋଦନ ପାଇବା ପରେ ଝିଅ ଅଭିରାମି ଠିକ୍ ସମୟରେ ତାଙ୍କ ଗାଁ ଥେକାନିଆଡାର ସମ୍ପର୍କୀୟଙ୍କ ସହ ଡାକ୍ତରଖାନାରେ ପହଞ୍ଚିଥିଲେ। ଉଭୟ ପିପଇ କିଟ୍ ପିନ୍ଧିଥିଲେ। ସାରଥ ମାନା ଏବଂ ଅଭିରାମି ପରସ୍ପର ଉପରେ ଫୁଲମାଳ ପିନ୍ଧାଇଥିଲେ  ।

 ଏହି ସମୟରେ ଡାକ୍ତରଖାନାର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ତାଳି ଦେଇ ଭବିଷ୍ୟତ ପାଇଁ ଉଭୟଙ୍କୁ ଅଭିନନ୍ଦନ ଜଣାଇଲେ। ଉଭୟ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୂଚନା ଅନୁଯାୟୀ, ଗତ ବର୍ଷ ଦୁହେଁ ବିବାହ କରିଥୋନ୍ତ। କିନ୍ତୁ କୋଭିଡ ମହାମାରୀ ହେତୁ ବିବାହକୁ ଆଗକୁ ନେବାକୁ ପଡିଥିଲା। ଏପ୍ରିଲ୍ ୨୧ ରେ ସାରଥ ଏବଂ ତାଙ୍କ ମା ନିଶ୍ୱାସ ନେବାରେ ଅସୁବିଧା ହୋଇଥିବା ଅଭିଯୋଗ କରିଥିଲେ। ଏହା ପରେ ଉଭୟଙ୍କ କରୋନା ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ପଜିଟିଭ ଆସିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା