Before Header

କୁନ୍ନୋ ପାର୍କରେ ଗଲା ଆଉ ଏକ ଚିତାର ଜୀବନ

0 35

ମଧ୍ୟପ୍ରଦେଶ (ବଡ଼ ଖବର ବ୍ୟୁରୋ):  କୁନ୍ନୋ ପାର୍କରେ ଆଖିବୁଜିଲା ଆଉ ଏକ ଚିତା । ଲଢେଇ ଯୋଗୁ ଚିତାର ଜୀବନ ଯାଇଥିବା କୁହାଯାଉଛି । ମଧ୍ୟପ୍ରଦେଶର କୁନ୍ନୋ ନ୍ୟାସନାଲ ପାର୍କରେ ଥିବା ଆଉ ଏକ ମାଇ ଚିତା ଦକ୍ଷାର ମୃତ୍ୟୁ ଘଟିଛି । ଦୁଇଟି ଅଣ୍ଡିରା ଚିତା ସହ ଲଢେଇ ଯୋଗୁଁ ଦକ୍ଷାର ମୃତ୍ୟୁ ହୋଇଥିବା ନ୍ୟାସନାଲ ପାର୍କ ପକ୍ଷରୁ କୁହାଯାଇଛି ।

ଖୁବଶୀଘ୍ର ଅନ୍ୟ ବାଘକୁ ଖୋଲା ଜଙ୍ଗଲରେ ଛଡାଯିବ ବୋଲି ରଣନୀତି ପ୍ରସ୍ତୁତ ହେଉଛି । ପ୍ରଜନନ ପାଇଁ ଦୁଇଟି ଅଣ୍ଡିରା ଚିତା ସହ ମାଈ ଚିତା ଦକ୍ଷାକୁ ଛଡାଯାଇଥିଲା । ସେମାନଙ୍କ ମଧ୍ୟରେ ଲଢେଇ ଯୋଗୁଁ ଗୁରୁତର ହୋଇପଡିଥିଲା ଦକ୍ଷା । ଆଜି ତାର ମୃତ୍ୟୁ ହୋଇଛି । ସେପଟେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତା ମଧ୍ୟରୁ ୩ଟି ଚିତାର ମୃତ୍ୟୁ ହେଲାଣି ।

Leave A Reply

Your email address will not be published.