Masthead

ଏବେ ଘରେ ପିନ୍ଧନ୍ତୁ ମାସ୍କ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ । ସ୍ଥିତି ଅଣାୟତ ହେବାରେ ଲାଗିଛି । ଏଥିରୁ ବର୍ତିବା ପାଇଁ ଗାଇଡ ଲାଇନ ମଧ୍ୟ ବନା ଯାଇଛି । ଯେପରିକି ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ରଖିବା ଜନଗହଳି ସ୍ଥାନକୁ ଯିବା ନାହିଁ । ଏହାକୁ କଡ଼ାକଡ଼ି ପାଳନ କରିବାକୁ ସରକାର ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ସରକାର କହିଛନ୍ତି, ଏବେ କେବଳ ବାହାରେ ନୁହେଁ, ଘରେ ବି ମାସ୍କ ପିନ୍ଧିବାର ସମୟ ଆସିଛି।

ନିତି ଆୟୋଗ ସଦସ୍ୟ ଡାକ୍ତର ଭି କେ ପୌଲ୍ ଗଣମାଧ୍ୟମକୁ କହିଛନ୍ତି, ଏବେ ଘରେ ମାସ୍କ ପିନ୍ଧିବାର ବେଳ। ପରିବାରରେ କେହି କରୋନାରେ ଆକ୍ରାନ୍ତ ହୁଅନ୍ତି ତେବେ ଉକ୍ତ ସଂକ୍ରମିତ ବ୍ୟକ୍ତି ଘରେ ରହିଲେ ବି ମାସ୍କ ପିନ୍ଧିବା ଜରୁରୀ। ସେହିପରି ପରିବାରର ସମସ୍ତ ସଦସ୍ୟ ଘରେ ଏକାଠି ବସିଥିବାବେଳେ ମାସ୍କ ପିନ୍ଧିବା ଜରୁରୀ ହୋଲି କହିଛନ୍ତି । ଯଦି କରୋନାର ଲକ୍ଷଣ ଅଛି ତେବେ ଟେଷ୍ଟ୍ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା ନକରି ତୁରନ୍ତ ଏକାନ୍ତବାସରେ ରହିବା ପାଇଁ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି।

କେନ୍ଦ୍ର ଯୁଗ୍ମ ସ୍ବାସ୍ଥ୍ୟ ସଚିବ ଲବ ଅଗ୍ରୱାଲ୍ କହିଛନ୍ତି, ୨ ଜଣ ବ୍ୟକ୍ତି ମାସ୍କ ନପିନ୍ଧିଲେ ଏବଂ ସାମାଜିକ ଦୂରତ୍ବ ଅବଲମ୍ବନ ନକଲେ ସଂକ୍ରମିତ ହେବାର ବିପଦ ୯୦ ପ୍ରତିଶତ ରହିଛି। ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବାରୋପ କରି ଲବ ଅଗ୍ରୱାଲ୍ କହିଛନ୍ତି, ଯଦି ସାମାଜିକ ଦୂରତ୍ବ ଅବଲମ୍ବନ କରା ନଯାଏ ତେବେ ଜଣେ ସଂକ୍ରମିତ ବ୍ୟକ୍ତି ୩୦ ଦିନରେ ୪୦୬ ଜଣଙ୍କୁ ସଂକ୍ରମିତ କରିପାରିବ। କରୋନାର ସ୍ଥିତିକୁ ନେଇ ଭୟ ନକରିବା ପାଇଁ ସରକାର କହିଛନ୍ତି । ଦେଶରେ ପ୍ରବଳ ମାତ୍ରାରେ ଅକ୍ସିଜେନ୍ ରହିଛି। କେବଳ ଏହାର ପରିବହନରେ ହିଁ ସମସ୍ୟା ରହିଛି। ଅକ୍ସିଜେନ୍ ଅଭାବ ନେଇ ଭୟ କରିବାର କିଛି ଆବଶ୍ୟକତା ନାହିଁ ବୋଲି ସରକାର କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା