Masthead

କଂଗ୍ରେସକୁ ଝଟକା, ଦଳକୁ ବାଏ ବାଏ କଲେ ପୂର୍ବତନ ବିଧାୟକ

ସୋନପୁର (ବଡ଼ ଖବର ବ୍ୟୁରୋ): କଂଗ୍ରେସକୁ ଝଟକା, ପୁଣି ଦଳ ଛାଡିଲେ ବରିଷ୍ଠ ନେତା । କଂଗ୍ରେସ ଛାଡିଛନ୍ତି ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର କାମଚଳା ଜିଲ୍ଲା ସଭାପତି ବିନୋଦ ପାତ୍ର । ବୀରମହାରାଜପୁର ବିଧାନସଭା ବିଧାୟକ ପ୍ରାର୍ଥୀ ଟିକେଟ ପାଇଁ ଥିଲେ ଆଶାୟୀ । ଦଳ ଟିକେଟ ନଦେବାରୁ କଂଗ୍ରେସ ଛାଡିଥିବା ସୂଚନା । ପିସିସି ସଭାପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିବାବେଳେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବିନୋଦ । ତାଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ମଧ୍ୟ ଆଜି କଂଗ୍ରେସକୁ ବାଏ ବାଏ କରିଛନ୍ତି ।

ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ଏବଂ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ତାଙ୍କ ବ୍ୟକ୍ତିଗତ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୋତେ ଟିକେଟ ଦେଇ ନଥିବାବେଳେ ତାଙ୍କ ପାଇଁ ଦଳ ନୁହେଁ ସ୍ବାର୍ଥ ବଡ ବୋଲି କହିଛନ୍ତି । ମୋତେ ପୂର୍ବରୁ ଟିକେଟ ଦିଆଯିବ ବୋଲି କୁହାଯାଇଥିଲା । ସେଥିପାଇଁ ମୁଁ ଦଳର ସଂଗଠନ କାମ କରୁଥିଲା ହେଲେ ଶେଷ ରେ ମୋ ବଦଳରେ ନୂଆଁ ଲୋକଙ୍କୁ ଟିକେଟ ଦେଇଛନ୍ତି ବୋଲି ସେ କହିଛନ୍ତି । ତେବେ ଆଗକୁ କେଉଁ ଦଳକୁ ଯିବେ ଏଯାଏଁ ନିଷ୍ପତି ନେଇ ନାହାନ୍ତି । ସେ ବିଭିନ୍ନ ସମୟରେ ଜିଲ୍ଲା ସଭାପତି ଭଳି ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ ଥିଲେ ଏବଂ ୨୦୦୪ ରୁ ୨୦୦୦୯ ପର୍ଯ୍ୟନ୍ତ ଥିଲେ ସୋନପୁର ବିଧାନସଭା ନିର୍ବାଚନମଣ୍ଡଳିର ବିଧାୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା