Masthead

ପଶୁଙ୍କୁ ବି ହେଉଛି କରୋନା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ କବଳରେ ସାରା ଦେଶ । ଆଉ ଏତିକି ବେଳେ ଅନ୍ୟ ଏକ ରିପୋର୍ଟ ସାମ୍ନାକୁ ଆସିଛି । ପଶୁ ମାନଙ୍କୁ ମଧ୍ୟ କରୋନା ବ୍ୟାପୁଥିବା ଜଣାପଡ଼ୁଛି । ଏନେଇ ଏକ ରିପୋର୍ଟ ଜାରି କରିଛି କେନ୍ଦ୍ର ପରିବେଶ ମନ୍ତ୍ରାଳୟ । କରୋନା ଭାଇରସ ଯୋଗୁଁ ଏକ ସିଆଟିକ ସିଂହର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଯାହାର ରିପୋର୍ଟକୁ ଆଧାର କରି ମନ୍ତ୍ରାଳୟ କହିଛି ଯେ, ପଶୁମାନଙ୍କଠାରେ କରୋନା ବ୍ୟାପିବାର ସମ୍ଭାବନା ରହିଛି । ଯେଉଁ କାରଣରୁ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଏବଂ ଅନ୍ୟାନ୍ୟ ସଂରକ୍ଷିତ ଅଞ୍ଚଳ ବନ୍ଦ କରିବାକୁ ପରିବେଶ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଗୁଡ଼ିକୁ ପରାମର୍ଶ ଦେଇଛି ।

ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବନ୍ୟପ୍ରାଣୀ ବିଭାଗର ପ୍ରକାଶ ଅନୁଯାୟୀ, ଜାତୀୟ ଉଦ୍ୟାନ ତଥା ସଂରକ୍ଷିତ ଅଞ୍ଚଳରେ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଜାତୀୟ ଉଦ୍ୟାନ ଓ ଏହାର ଆଖପାଖରେ ରହୁଥିବା କର୍ମଚାରୀ ଓ ଗ୍ରାମବାସୀଙ୍କୁ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ସର୍ତ୍ତକୁ ବଜାୟ ରଖିବାକୁ ମନ୍ତ୍ରଣାଳୟ ଅନୁରୋଧ ବି କରିଛି । ସେହିପରି ପଶୁମାନଙ୍କ ଠାରେ ଭାଇରସ ବିସ୍ତାରକୁ ରୋକିବାକୁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ପଶୁମାନଙ୍କୁ ସମସ୍ତ ଜରୁରୀକାଳୀନ ଚିକିତ୍ସା, ସେମାନଙ୍କ ବାସସ୍ଥାନକୁ ନିରାପଦ ରଖିବା ଭଳି ଅତ୍ୟାବଶ୍ୟକ ସେବା ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ