Masthead

ସିଟି ସ୍କାନ କରୁଛନ୍ତି କି, ହୋଇଯାନ୍ତୁ ସାବଧାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନା ଏତେ ମାତ୍ରାରେ ଲୋକଙ୍କୁ ଭୟଭୀତ କଲାଣି ଯେ ଲକ୍ଷଣ ନଥାଇ ଟେଷ୍ଟ କରିବା ପାଇଁ ବାଧ୍ୟ ହେଉଛନ୍ତି । ଏପରିକି ସିଟି ସ୍କାନ କରୁଛନ୍ତି । ୩୦୦ ଥର ଫଟୋ ଉଠାଇବା ଶରୀରକୁ ଯେତିକି କ୍ଷତି ପହଞ୍ଚାଇଥାଏ, ଥରେ ସିଟି ସ୍କାନ କଲେ ତା’ଠାରୁ ଅଧିକ କ୍ଷତି କରିଥାଏ । କରୋନା ପରୀକ୍ଷା ପାଇଁ ସିଟି-ସ୍କାନ ର ଦୁରୁପଯୋଗ କରାଯାଉଛି । ଉପକାର ତୁଳନାରେ ବେଶୀ ଅପକାର ହେଉଛି ।

ତେବେ ଯେଉଁମାନଙ୍କର ସାମାନ୍ୟ ଲକ୍ଷଣ ରହିଛି ସେମାନେ ସିଟି-ସ୍କାନ କରିବାର ଆଦୌ ଆବଶ୍ୟକତା ନାହିଁ । ଗୋଟିଏ ଥର ସିଟି ସ୍କାନ କରିବା ଅର୍ଥ ୩୦୦ ଥର ଛାତି ଏକ୍ସ-ରେ କରିବା ସହ ସମାନ। ସିଟି ସ୍କାନ କରିବାର ପରବର୍ତ୍ତୀ କାଳରେ କର୍କଟ ରୋଗ ହେବାର ଆଶଙ୍କା ବେଶୀ ଥାଏ । ବିଶେଷ କରି ଯୁବପିଢିଙ୍କ କ୍ଷେତ୍ରରେ ଏହାର ବିପଦ ବେଶୀ ରହିଛି । ତେବେ ଘରେ ଯେଉଁ ସଂକ୍ରମିତମାନେ ଏକାନ୍ତବାସରେ ରହୁଛନ୍ତିି ସେମାନେ ନିୟମିତ ଭାବେ ଡାକ୍ତରଙ୍କ ସମ୍ପର୍କରେ ରୁହନ୍ତୁ ।

ଯଦି ସଂକ୍ରମିତଙ୍କ ପାଖରେ କିଛି ଲକ୍ଷଣ ଦେଖାଯାଏ, ଯେମିତି କି ଅମ୍ଳଜାନ ସ୍ତର ୯୩ରୁ ତଳକୁ ଖସିଯିବା, ଚେତା ବୁଡ଼ିବା ପରି ଲାଗିବା, ଛାତିରେ ଯନ୍ତ୍ରଣା ଅନୁଭବକରିବା ପରି ଲାଗିବା ତେବେ ସେମାନେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଦରକାର ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା