ଗ୍ୟାଙ୍ଗଷ୍ଟର ହାଇଦର ମୃତ୍ୟୁ: କେନ୍ଦ୍ରାପଡ଼ାରେ ୧୪୪ ଧାରା

ଭୁବନେଶ୍ୱର : କେନ୍ଦ୍ରାପଡ଼ାରେ ୧୪୪ ଧାରା ଲାଗୁ । ଶନିବାର ଗ୍ୟାଙ୍ଗଷ୍ଟର ହାଇଦର ମୃତ୍ୟୁ ଘଟଣାକୁ ନେଇ କେନ୍ଦ୍ରାପଡ଼ାରେ ଟାଉନରେ ୧୪୪ ଧାରା ଜାରି କରାଯାଇଛି। ଟାଉନ ସମେତ ସହର ଉପକଣ୍ଠରେ ଥିବା ୪ଟି ପଞ୍ଚାୟତରେ ୧୪୪ ଧାରା ଲାଗୁ ହୋଇଛି। ଏହି କଟକଣା ଜୁଲାଇ ୩୦ ତାରିଖ ଦିନ ୧୧ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

ବାରିମୂଳ, ଗୁଲନଗର, କପାଳେଶ୍ୱର ଓ ଯମଧର ଗ୍ରାମପଞ୍ଚାୟତରେ ୧୪୪ ଧାରା ଜାରି କରିଛନ୍ତି ଜିଲ୍ଲାପାଳ ।ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି । ସମୟରେ ସକାଳ ୭ ଟାରୁ ଦିନ ୧୧ ମଧ୍ୟରେ ଗ୍ରୋସରି ଓ ଆମିଷ ଦୋକାନ ଖୋଲା ରହିବ। ଏହା ଛଡା ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ସେହିପରି ହୋଟେଲରୁ ଲୋକମାନେ ଖାଦ୍ୟ ପାର୍ଶଲ ନେଇ ପାରିବେ। କୌଣସି ଜାଗାରେ ୫ ଜଣରୁ ଅଧିକ ଲୋକ ମେଳି କରି ପାରିବେ ନାହିଁ। ସେହିପରି ଦିନ ୧୧ ଟା ପରେ ସହରରେ ଟ୍ରାଫିକ କଟକଣା କଡ଼ାକଡ଼ି କରାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ