Masthead

ମଣ୍ଡପରୁ ସଚେତନତା

ଅସ୍ତରଙ୍ଗ, (ବଡ଼ ଖବର ବ୍ୟୁରୋ): ସାରା ବିଶ୍ୱରେ କାୟା ବିସ୍ତାର କରିଛି କରୋନା । ଏହି ମହାମାରୀକୁ ହରାଇବା ଲାଗି ଜାରି ରହିଛି ସଂଘର୍ଷ । ଲୋକଙ୍କୁ କରାଯାଉଛି ସଚେତନ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଇଁଗୁଆଁ ଗାଁରେ ଚଳିତ ଦଶହରାରେ କରୋନା ପାଇଁ ଭକ୍ତଙ୍କୁ ସଚେତନ କରାଯାଇଥିଲା । ଏହା ପୁଣି ପୂଜା ମଣ୍ଡପରୁ । ମା’ ଦୁର୍ଗା କରୋନା ରୂପୀ ମହିଷାସୁରକୁ ବଧ କରୁଥିବାର ମୂର୍ତ୍ତି ସ୍ଥାପନ କରାଯାଇଥିଲା । ପାଶ୍ୱର୍ ଦେବତା ଗଣେଶ ଓ କାର୍ତ୍ତିକଙ୍କ ମୁହଁରେ ମାସ୍କ ଓ ହାତରେ ସାନିଟାଇଜର ରହିଥିଲା । କରୋନା ମହାମାରୀ ସମୟରେ ଏହା ସଚେତନାର ବାର୍ତ୍ତା ଦେଉଛି ବୋଲି କହିଛନ୍ତି ପୂଜା କମିଟି ସଦସ୍ୟମାନେ ।

କରୋନା କଟକଣା ଭିତରେ ନଇଁଗୁଆଁ ଗାଁରେ ମା’ଙ୍କ ଦଶହରା ପର୍ବ ଅନୁଷ୍ଠିତ ହୋଇଥିଲା । ଷଷ୍ଠୀଠାରୁ ଆରମ୍ଭ କରି ବିଜୟାଦଶମୀ ପର୍ଯ୍ୟନ୍ତ ନୀତିକାନ୍ତିରେ ମା’ଙ୍କ ପୂଜା ଶେଷ ହୋଇଛି । ପୂର୍ବରୁ ଦଶହରା ସମୟରେ ଗାଁ ଉତ୍ସବ ମୁଖର ହେଉଥିଲା । ନାଟକ ମଧ୍ୟ ମଞ୍ଚସ୍ଥ ହେଉଥିଲା । ଚଳିତ ବର୍ଷ କରୋନା ମାଡରେ ସବୁ ଫିକା ପଡ଼ିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା