Masthead

ମଣ୍ଡପରୁ ସଚେତନତା

ଅସ୍ତରଙ୍ଗ, (ବଡ଼ ଖବର ବ୍ୟୁରୋ): ସାରା ବିଶ୍ୱରେ କାୟା ବିସ୍ତାର କରିଛି କରୋନା । ଏହି ମହାମାରୀକୁ ହରାଇବା ଲାଗି ଜାରି ରହିଛି ସଂଘର୍ଷ । ଲୋକଙ୍କୁ କରାଯାଉଛି ସଚେତନ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଇଁଗୁଆଁ ଗାଁରେ ଚଳିତ ଦଶହରାରେ କରୋନା ପାଇଁ ଭକ୍ତଙ୍କୁ ସଚେତନ କରାଯାଇଥିଲା । ଏହା ପୁଣି ପୂଜା ମଣ୍ଡପରୁ । ମା’ ଦୁର୍ଗା କରୋନା ରୂପୀ ମହିଷାସୁରକୁ ବଧ କରୁଥିବାର ମୂର୍ତ୍ତି ସ୍ଥାପନ କରାଯାଇଥିଲା । ପାଶ୍ୱର୍ ଦେବତା ଗଣେଶ ଓ କାର୍ତ୍ତିକଙ୍କ ମୁହଁରେ ମାସ୍କ ଓ ହାତରେ ସାନିଟାଇଜର ରହିଥିଲା । କରୋନା ମହାମାରୀ ସମୟରେ ଏହା ସଚେତନାର ବାର୍ତ୍ତା ଦେଉଛି ବୋଲି କହିଛନ୍ତି ପୂଜା କମିଟି ସଦସ୍ୟମାନେ ।

କରୋନା କଟକଣା ଭିତରେ ନଇଁଗୁଆଁ ଗାଁରେ ମା’ଙ୍କ ଦଶହରା ପର୍ବ ଅନୁଷ୍ଠିତ ହୋଇଥିଲା । ଷଷ୍ଠୀଠାରୁ ଆରମ୍ଭ କରି ବିଜୟାଦଶମୀ ପର୍ଯ୍ୟନ୍ତ ନୀତିକାନ୍ତିରେ ମା’ଙ୍କ ପୂଜା ଶେଷ ହୋଇଛି । ପୂର୍ବରୁ ଦଶହରା ସମୟରେ ଗାଁ ଉତ୍ସବ ମୁଖର ହେଉଥିଲା । ନାଟକ ମଧ୍ୟ ମଞ୍ଚସ୍ଥ ହେଉଥିଲା । ଚଳିତ ବର୍ଷ କରୋନା ମାଡରେ ସବୁ ଫିକା ପଡ଼ିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା