Masthead

ଉହାନ ଲ୍ୟାବରେ ବଦଳାଯାଉଛି ପଶୁଙ୍କ ଜିନ, ବ୍ୟବହୃତ ସାମଗ୍ରୀ ହିଁ କରୋନା ସୃଷ୍ଟିର କାରଣ!

(ବଡ଼ ଖବର ବ୍ୟୁରୋ): କରୋନା ସଂକ୍ରମଣକୁ ନେଇ ଚୀନର ଗୋଟେ ପରେ ଗୋଟେ ଚାଲ ସାମ୍ନାକୁ ଆସୁଛି । ପ୍ରଥମେ ତୃତୀୟ ବିଶ୍ୱଯୁଦ୍ଧରେ କରୋନା ଭାଇରସକୁ ବ୍ୟବହାର କରିବା ନେଇ ସାମ୍ନାକୁ ଆସିଥିଲା ବଡ଼ ତଥ୍ୟ । ଆଉ ବର୍ତ୍ତମାନ ଅନ୍ୟ ଏକ ତଥ୍ୟ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଦେଇଛି । ବ୍ରିଟେନର ଜଣେ ସାମ୍ବାଦିକ କହିଛନ୍ତି ଉହାନ ଲ୍ୟାବରେ ପଶୁମାନଙ୍କଠାରେ ଲଗାଯାଉଛି ଭାଇରସ ଟିକା । ଜେନେଟିକ ଇଞ୍ଜିନିୟରିଂ ସହାୟତାରେ ୧ହଜାରରୁ ଅଧିକ ପଶୁଙ୍କ ଜିନ ବଦଳାଇ ସୋମାନଙ୍କଠାରେ ଲଗାଯାଉଛି ଭୂତାଣୁ ଟିକା । ଏହି ପଶୁମାନଙ୍କ ମଧ୍ୟରେ ମାଙ୍ଗଡ଼ ଓ ଠେକୁଆ ସାମିଲ ହୋଇଛନ୍ତି । ଜ୍ୟାସପର ବେକର୍ ନାମକ ବ୍ରିଟେନର ସାମ୍ବାଦିକ ଏହା ମଧ୍ୟ ଦାବି କରିଛନ୍ତି ଯେ, ଉହାନ ଲ୍ୟାବରୁ ହିଁ କରୋନା ଭୂତାଣୁ ବ୍ୟାପିଛି ।

ଚୀନର ଗଣମାଧ୍ୟମରେ ପ୍ରସ୍ତୁତ ଅନେକ ରିପୋର୍ଟକୁ ଆଧାର କରି ଏହି ତଥ୍ୟ ଦେଇଛନ୍ତି ଜ୍ୟାସପର । ସେ କହିଛନ୍ତି ଚୀନର ଲ୍ୟାବରେ ଏବେ ପଶୁମାନଙ୍କୁ ଭୂତାଣୁ ଇଞ୍ଜେକ୍ସନ ଲଗାଯାଉଛି । ଯାହାଦ୍ୱାରା ସେମାନଙ୍କ ଜିନ ବଦଳିଯିବ । ତେବେ ବୈଜ୍ଞାନିକ ମାନେ ଏବେ ଆଶଙ୍କା କରିଛନ୍ତି ଯେ, ଏହି ଇଞ୍ଜେକ୍ସନରେ ବ୍ୟବହୃତ ସାମଗ୍ରୀ କାରଣରୁ ହିଁ କରୋନା ଭାଇରସର ସୃଷ୍ଟି ହୋଇଛି । ଏପରିକି ଅନ୍ୟ ଦେଶରେ ଯେଉଁ ପରୀକ୍ଷଣ ବାରଣ କରାଯାଇଛି ତାହା ଚୀନର ଉହାନରେ ହେଉଛି । ତେବେ ଏହି ଲ୍ୟାବରେ ମଣିଷମାନଙ୍କ ଉପରେ ମଧ୍ୟ ବହୁ ବଡ଼ ବଡ଼ ପରୀକ୍ଷା କରାଯାଉଛି ଯାହା ବିଶ୍ୱର ସମସ୍ତ ସ୍ଥାନରେ ଅନୈତିକ ବୋଲି ଘୋଷଣା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ