Masthead

ସୋନୁ ସୁଦ୍ କହିଲେ ଆସୁଛି ଏତେ କଲ୍, ସାହାଯ୍ୟ କରିବାକୁ ଲାଗିଯିବ ୧୧ ବର୍ଷ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): କରୋନା କାଳରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ଲୋକ । ବଲିଉଡ଼ର ରିଲ ହିରୋରୁ ରିୟଲ ହିରୋ ସାଜିଥିବା ସୋନୁ ସୁଦ ଲଗାତାର ଭାବେ ଲୋକଙ୍କ ସେବାରେ ଲାଗିଛନ୍ତି । ଯେକୌଣସି ସମୟରେ ତାଙ୍କୁ ଖୋଜିଲେ ବିପଦର ବନ୍ଧୁ ପରି ଲୋକଙ୍କ ପାଖରେ ଛିଡ଼ା ହୋଇଯାଉଛନ୍ତି । ଆଉ ଏଥିରେ ତାଙ୍କୁ ସାହାଯ୍ୟ କରୁଛି ତାଙ୍କ ଟିମ । ଗତ ଲକଡାଉନ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଅସହାୟଙ୍କୁ ସୁବିଧା ଯୋଗାଇ ଆସିଛନ୍ତି । ଏକ ସାକ୍ଷାତକାରରେ ସୋନୁ କହିଛନ୍ତି ଯେ, ସେ ନିୟମିତ ୨୨ଘଣ୍ଟା କାମ କରୁଛନ୍ତି । ଆଉ ପ୍ରତିଦିନ ତାଙ୍କ ପାଖକୁ୪୦ରୁ ୫୦ ହଜାର ଫୋନ କଲ ଆସୁଛି ।

ବିଭିନ୍ନ ସମସ୍ୟା ନେଇ ଲୋକ ମାନେ ସୋନୁ ସୁଦଙ୍କୁ ଯୋଗାଯୋଗ କରୁଛନ୍ତି । ତେବେ ସେ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି ଯେ, ସମସ୍ତଙ୍କ ପାଖରେ ପହଞ୍ଚିବା ଆମ ପକ୍ଷେ ସମ୍ଭବପର ହେଉ ନାହିଁ । ସେଥିପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ମଧ୍ୟ ଜାରି ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ଟିମରେ ରେମଡେସିଭିର ଇଞ୍ଜେକ୍ସନର ବ୍ୟବସ୍ଥା ପାଇଁ ୧୦ ଜଣ ଲାଗିଛନ୍ତି । ପ୍ରତିଦିନ ବିଭିନ୍ନ ଜାଗାକୁ ଯାଇ ଇଞ୍ଜେକ୍ସନ ଯୋଗାଡ଼ କରୁଛନ୍ତି । ସାରା ଦେଶର ବିଭିନ୍ନ ଡାକ୍ତରଙ୍କ ସହ ଫୋନ ଯୋଗେ କଥା ହେଉଛୁ । ବେଡ଼ ଯୋଗାଡ଼ରେ ମଧ୍ୟ ଲାଗିଛନ୍ତି ସୋନୁଙ୍କ ଟିମ । ଏହାଛଡ଼ା ସେ କହିଛନ୍ତି ଯେ, ପ୍ରତିଦିନ ଆମକୁ ଯେତିକି ଫୋନ କଲ, ମେସେଜ, ଟ୍ୱିଟ ଆସୁଛି ସେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ୧୧ବର୍ଷ ସମୟ ଲାଗିବ । ଏକାଥରେ ଏତେ ଲୋକଙ୍କୁ ସାହାଯ୍ୟ କରିବା ସମ୍ଭବ ହେଉନି । ଯେଉଁ କାରଣରୁ ନିଜ ଅସହାୟତା ମଧ୍ୟ ପ୍ରକାଶ କରିଛନ୍ତି ସୋନୁ ସୁଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା