Masthead

ବୁଲା ପଶୁଙ୍କ ପାଇଁ ୬୦ଲକ୍ଷ ସହାୟତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ୫ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଘୋଷଣା କରାଯାଇଛି ଲକଡାଉନ । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ, କୁକୁର ଆଦି ପ୍ରାଣୀ ମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ବୁଲା ପ୍ରାଣୀଙ୍କ ଲାଗି ଘୋଷଣା କରିଛନ୍ତି ୬୦ଲକ୍ଷ ସହାୟତା ରାଶି ।

ଏହି ଅର୍ଥରେ ୫ମହାନଗର ନିଗମ ୪୮ଟି ମ୍ୟୁନିସିପାଲିଟି ଓ ୬୧ଟି ଟିଏନଏସିରେ ବୁଲୁଥିବା ବୁଲା ପଶୁଙ୍କୁ ଖାଦ୍ୟ ଦିଆଯିବ । ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ବୁଲା ପ୍ରାଣୀ ମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ । ତେବେ ସେହି ଅନୁସାରେ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ କୋଡ଼ିଏ ହଜାର ଟଙ୍କା ,କଟକ ,ସମ୍ବଲପୁର,ରାଉରକେଲା, ଓ ଵ୍ରହ୍ମପୁର ମହାନଗର ନିଗମ ଦୈନିକ ଦଶହଜାର ଟଙ୍କା ,ମ୍ୟୁନିସପାଲଟି ମାନେ ଦୈନିକ ପାଞ୍ଚ ହଜାର ଟଙ୍କା ଓ ଏନଏସି ମାନେ ଦୈନିକ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ