Masthead

ପଲିଥିନ ଓ ବାଉଁଶ ଘରେ ଦିବ୍ୟଙ୍ଗ ପରିବାର।

ସରକାରୀ ଯୋଜନା କାହାପାଇଁ ?

ସବୁ ପୁଅ ମାନଙ୍କ ଆଶା ଥାଏ ପାଠ ପଢି ବଡ଼ ମଣିଷ ହେବେ ଆଉ ବାପା-ମାଙ୍କ ସାହାରା ହେବେ, କିନ୍ତୁ ମୁଁ ଏମିତି ଏକ ଭାଗ୍ୟ ନେଇ ଜନ୍ମ ହୋଇଛି ଯେ ଯେଉଁ ବୟସରେ ବାପା-ମାଙ୍କ ସେବା କରିବା କଥା ସେ ବୟସରେ ବାପା-ମାଙ୍କ ଏବଂ ପରିବାର ଲୋକଙ୍କ ସାହାରା ଖୋଜୁଛି,,ଘର ଖଣ୍ଡିଏ ତିଆରି କରି ନପାରି ପଲିଥିନ ଛପର ଏବଂ ବାଉଁଶ ପାତିଆ ଘେରା କୁଡିଆ ତଳେ ପରିବାର ସଦସ୍ୟ ଙ୍କୁ ଧରି ଦିନ କାଟୁଛି,ଜଳେଶ୍ଵରରୁ ଦେଖିବା ଜଣେ ଦିବ୍ୟାଙ୍ଗ ପରିବାରର କୋହ ଭରା କାହାଣୀ ।

ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ନାମ୍ପ ଗ୍ରାମର ଦିବ୍ୟାଙ୍ଗ ଯୁବକ ଲିପୁ ଦାସ,ଜନ୍ମର ମାତ୍ର ୬ ମାସ ପରେ ପକ୍ଷଘାତ ରୋଗରେ ପୀଡିତ ହେଲେ,କିଛି ଦିନ ମଧ୍ୟରେ ରୋଗରୁ ସିନା ମୁକ୍ତି ପାଇଲେ ହେଲେ ସାରା ଜୀବନ ପାଇଁ ଲିପୁ ବିକଳାଙ୍ଗ ପାଲଟିଗଲେ,ବିନା ବାଡି ସାହାଯ୍ୟ ରେ ଚଲାବୁଲା କରି ପାରନ୍ତି ନାହିଁ, ଜମିବାଡ଼ି କିଛି ନଥିବାରୁ ସରକାର ଲିପୁଙ୍କୁ ୪ ଡିସିମିଲ ଏକ ଘର ଡିହ ଖଣ୍ଡିଏ ଯୋଗାଇଛନ୍ତି ,ସେହି ଯାଗାରେ ପଲିଥିନ ଛପର ଏବଂ ବାଉଁଶ ପାତିଆ ଘେରା କୁଡିଆ କରି ବିଚରା ବୃଦ୍ଧ ବାପା-ମା ସହିତ ସ୍ତ୍ରୀ ଓ ପିଲାଙ୍କୁ ଧରି ମୁଣ୍ଡ ଗୁଞ୍ଜିଛନ୍ତି, ହେଲେ ଏବେ ଯେଉଁ ଘର ଭିତରେ ସ୍ତ୍ରୀ, ପିଲା ଛୁଆ ଧରି ଜୀବନ କଟାଉଛନ୍ତି ତାହା ଗରିବ ଭିନ୍ନକ୍ଷମ ପରିବାର ପାଇଁ ଏକ ଅଭିଶାପ । ପଲିଥିନ୍ ଛାଉଣୀ ଛପର ସାଙ୍ଗକୁ ବାଉଁଶ ପାତିରେ ତିଆରି ଘେରା ଘରେ ବର୍ଷା,ପବନ ଭିତରେ ବହୁ ଦୟନୀୟ ଅବସ୍ଥାରେ ବିତୁଛି ବିକଳାଙ୍ଗ ଲିପୁଙ୍କ ପରିବାର ଜୀବନ । ସରକାରଙ୍କ ନିୟମ ଅନୁଯାୟୀ ଭିନ୍ନକ୍ଷମ ମାନଙ୍କୁ ସମାଜ ମଙ୍ଗଳ କଲ୍ୟାଣ ଯୋଜନାରେ ଘର ଖଣ୍ଡିଏ ଯୋଗାଇବାର ବ୍ୟବସ୍ଥା ଥିଲେ ବି ବିକଳାଙ୍ଗ ଲିପୁ ପାଇଁ ତାହା ସାତ ସପନ,ଘର ଖଣ୍ଡିଏ ପାଇଁ ସରପଞ୍ଚ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କଲେ ମଧ୍ୟ ତାଙ୍କର ଏହି ଗୁହାରି କେହି ଶୁଣୁ ନଥିବା କହିଛନ୍ତି ।

ଲିପୁ ଦାସ, ପରିବାର କହିଲେ ବୃଦ୍ଧ ବାପା-ମା, ସ୍ତ୍ରୀ ସୁନିତା ଏବଂ ଜଣେ ୫ ବର୍ଷର ଝିଅ, ଛୋଟ ବେଳେ ପକ୍ଷାଘାତ ରୋଗର ଶିକାର ହେବାରୁ ଭଲ କରିବା ପାଇଁ ଯାହା ଜମିବାଡ଼ି ଥିଲା ବିକ୍ରି କରିଦେଇଥିଲେ, କିନ୍ତୁ ବାପା-ମାଙ୍କ ଆଶା ଆଶାରେ ରହିଗଲା,ଜମି ବାଡ଼ି ହରାଇ ରାସ୍ତା କଡ଼ରେ ପଲିଥିନ ପକାଇ ରହୁଥିଲେ, ସରକାରଙ୍କ କୃପା ଦୃଷ୍ଟି ପଡ଼ିବାରୁ ଏହିଠାରେ ୪ ଡେସିମିଲ ଜାଗାଟିଏ ଦେଇଛନ୍ତି,ବାସ ସେତିକିରେ ସିମିତ, ଅର୍ଥ ନଥିବାରୁ ବହୁ କଷ୍ଟରେ ଛପର ଟିଏ ସିନା କରିଛନ୍ତି ହେଲେ ଝଡବର୍ଷା ହେଲେ ସ୍କୁଲ କିମ୍ବା ଅନ୍ୟ କୋୖଣସି ଜାଗାରେ ମୁଣ୍ଡ ଗୁଞ୍ଜିବାକୁ ପଡୁଛି ବୋଲି କହିଛନ୍ତି ମା ଜ୍ୟୋସ୍ନାରାଣୀ ।

ଦିବ୍ୟାଙ୍ଗ ଲିପୁ ଦାସ ଙ୍କ ପରିବାର ଉପରେ ସରକାରଙ୍କ ପକ୍ଷରୁ ଘର ଖଣ୍ଡିଏ ମିଳି ପାରିଲେ ବୃଦ୍ଧ ବାପା-ମା ସହିତ ସ୍ତ୍ରୀ ଓ ପିଲାଙ୍କୁ ଧରି ଖୁସିରେ ରହି ପାରନ୍ତେ,ଏବାବଦରେ ସରପଞ୍ଚ ବ୍ୟବସ୍ଥା କରୁଛନ୍ତି ବୋଲି କହୁଥିବା ବେଳେ କୈାଣସି ଗଣମାଧ୍ୟମ କ୍ୟାମେରା ଆଗରେ ପ୍ରତିକ୍ରିୟା ରଖିବା ପାଇଁ ସରକାର ମନା କରିଛନ୍ତି କହି ଜଳେଶ୍ଵର ବିଡ଼ିଓ ଏଡାଇ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି