Masthead

ଚିକିତ୍ସା ମିଳିଲାନି, ଚାଲିଗଲେ ପୂର୍ବତନ ବିଧାୟକଙ୍କ ପୁଅ ସମ୍ବିତ ନନ୍ଦ

କଟକ(ବଡ଼ ଖବର ବ୍ୟୁରୋ): ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ତଥା ଯୁବନେତା ସମ୍ବିତ ନନ୍ଦଙ୍କ ମୃତ୍ୟୁ । କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଧରି କଟକର ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା । ତାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଇସିଏମଓ ଉପଲବ୍ଧ ନଥିବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁର ୬ଘଣ୍ଟା ପୂର୍ବରୁ ପୂର୍ବତନ ବିଧାୟକ ନବିନ ନନ୍ଦ ଟ୍ୱିଟ କରି ଆକୁଳ ନିବେଦନ କରିଥିଲେ । ସେ କହିଥିଲେ ମୋ ପୁଅ ଏବେ ଫୁସଫୁସ ସଂକ୍ରମଣରେ ପୀଡ଼ିତ । ତା’ ଚିକିତ୍ସା ପାଇଁ ଦରକାର ଥିବା ଇସିଏମଓ ଏଠାରେ ଉପଲବ୍ଧ ନାହିଁ । ଦୟାକରି ସାହାଯ୍ୟ କରନ୍ତୁ ବଞ୍ଚାଇ ଦିଅନ୍ତୁ ତା ଜୀବନ । ରୋଗରେ ଆକ୍ରାନ୍ତ ହୋଇଥିବା ତାଙ୍କ ପୁଅଙ୍କ ଏକ ଫଟୋ ସହ ତାଙ୍କୁ ବଞ୍ଚାଇବାକୁ ନିବେଦନ କରିଥିଲେ ନବୀନ ନନ୍ଦ ।

ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅଚ୍ୟୁତ ସାମନ୍ତ, କେନ୍ଦ୍ର ସ୍ୱସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ବିଭାଗକୁ ଟ୍ୟାଗ କରିଥିଲେ । କେବଳ ସେତିକି ନୁହେଁ ,ଲୋକ ମାନଙ୍କୁ ମହାମାରୀ ସମୟରେ ସାହାଯ୍ୟ କରୁଥିବା ସୋନୁ ସୁଦଙ୍କୁ ମଧ୍ୟ ଟ୍ୟାଗ କରିଥିଲେ । ଯାହା ସ୍ପଷ୍ଟ କରିଥିଲା କେତେ ଅସହାୟ ଅନୁଭବ କରିଥିଲେ ପୂର୍ବତନ ବିଧାୟକ । କେବଳ ଟ୍ୱିଟରରେ ନୁହେଁ ତାଙ୍କ ଅନ୍ୟାନ୍ୟ ସୋସିଆଲ ମିଡିଆ ଆକାଉଣ୍ଟରେ ବି ପୋଷ୍ଟ କରିସମସ୍ତଙ୍କୁ ଏ ସମସ୍ୟା ବିଷୟରେ ଜଣାଇଥିଲେ ନବୀନ ନନ୍ଦ । ତେବେ ଦୁଇ ଦୁଇ ଥର ବିଧାୟକ ହୋଇସାରିଥିବା ପରେ ମଧ୍ୟ ମହାମାରୀ ସମୟରେ ତାଙ୍କ ପୁଅ ଚିକିତ୍ସା ପାଇଁ ଉପଲବ୍ଧ ନାହିଁ ଉପଯୁକ୍ତ ସାମଗ୍ରୀ ।

ଇସିଏମଓ ମେସିନ ସାଧାରଣତଃ ଶରୀରରୁ କାର୍ବନ ଡାଇଅକ୍ସାଇଡ଼ ବାହାର କରି ଅକ୍ସିଜେନ ଯୁକ୍ତ ରକ୍ତ ଶରୀର ମଧ୍ୟକୁ ପଠାଇଥାଏ । ଏହି ଚିକିତ୍ସା ସାଧାରଣତଃ ଫୁସଫୁସ ରୋଗରେ ପୀଡ଼ିତ ହେଉଥିବା ଲୋକଙ୍କ ଠାରେ କରାଯାଏ । କରୋନା ମହାମାରୀ ଫୁସଫୁସକୁ ଅତ୍ୟନ୍ତ ମାତ୍ରାରେ ପ୍ରଭାବିତ କରୁଥିବା ବେଳେ ଏହି ମେସିନ ଘରୋଇ ହସ୍ପିଟାଲରେ ଉପଲବ୍ଧ ନାହିଁ । ଜଣେ ପୂର୍ବତନ ବିଧାୟକ ଯଦି ଏସବୁ ସୁବିଧା ପାଇ ପାରୁନାହାନ୍ତି, ତେବେ ଜଣେ ସାଧାରଣ ଲୋକ ପାଖରେ କେତେ ସାହାଯ୍ୟ ପହଁଞ୍ଚୁଛି ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି