Masthead

ଗୁଣି ଗାରେଡ଼ି ସନ୍ଦେହରେ ନିସ୍ତୁକ ମାଡ଼

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ବିଜ୍ଞାନ ଯୁଗରେ ଆଜି ବି ରହିଛି ଅନ୍ଧ ବିଶ୍ୱାସ । ପ୍ରେତ ସବାର ଠାରୁ ଆରମ୍ଭ କରି ତନ୍ତ୍ର ମନ୍ତ୍ର ବଳରେ ଅନ୍ୟର କ୍ଷତି କରାଯାଇପାରେ ବୋଲି ଲୋକେ ବିଶ୍ୱାସ କରୁଛନ୍ତି । ଏଥିପାଇଁ ଅନେକ ସମୟରେ ଗୁଣିଆକୁ ଦାୟୀ କରାଯାଉଛି । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାହାବଳପୁର ଗାଁରେ । ଗୁଣି ଗାରେଡି ସନ୍ଦେହରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ତେବେ ଅଭିଯୁକ୍ତ ଜଣେ ଜନପ୍ରତିନିଧି ବୋଲି କୁହାଯାଉଛି । ଦିନ ହେଲା ତାଙ୍କ ଝିଅ ଓ ଝିଆରୀକୁ ଗୁଣି ଗାରେଡି କରାଯାଇଥିବା ନେଇ ସେହି ଗାଁର ଜଣେ ଯୁବକଙ୍କୁ ସନ୍ଦେହ କରାଯାଉଥିଲା । ତେବେ ଏହାର ନିରାକରଣ ପାଇଁ ଶୁକ୍ରବାର ସଂଧ୍ୟାରେ ଜଣେ ତଥାକଥିତ ଗୁଣିଆ ଆସି ୨ ଝିଅଙ୍କୁ ଝଡାଫୁଙ୍କା କରିଥିଲା । ଧୂପ ଝୁଣା ସହିତ ମନ୍ତ୍ରତନ୍ତ୍ର ମଧ୍ୟ ଚାଲିଥିଲା ।

ସେହି ସମୟରେ ଗାଁର ନିରାକାର ମହାନ୍ତି ନାମକ ଜଣେ ଯୁବକ ସେହି ବାଟ ଦେଇ ତାଙ୍କ ଘରକୁ ଯାଉଥିବା ବେଳେ ଗୁଣିଆର ଇସାରାରେ ଜଣେ ଜନପ୍ରତିନିଧିଙ୍କ ସମେତ ତାଙ୍କ ସମ୍ପର୍କୀୟ ମାନେ ନିରାକାରଙ୍କୁ ପ୍ରଥମେ ନିସ୍ତୁକ ମାଡ ମାରିଥିଲେ । ପରେ ନିରକାର ଜୀବନ ବଞ୍ଚାଇବା ଲାଗି ଘରକୁ ପଳେଇ ଯାଉଥିବା ବେଳେ ତାଙ୍କୁ ଘୋଷାରି ଘୋଷାରି ଆଣି ତଳେ କଚାଡି ମାଡ ମାରିଥିଲେ । ନିରାକାର ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ ସେମାନେ ମାଡ ମାରି ଚାଲିଥିଲେ । ତେବେ ଗାଁରେ ପାଟିତୁଣ୍ଡ ଶୁଣି ନିରାକାରଙ୍କ ବଡ ଭାଇ ଘଟଣା ସ୍ଥଳକୁ ଦୌଡି ଆସି ତାଙ୍କୁ ଉଦ୍ଧାର କରିଥିଲେ । ନିରାକାରଙ୍କ ତଳି ପେଟ, ଛାତି, ପିଠି ଓ ଗୋଡ ହାତରେ ଭୀଷଣ ଆଘାତ ହୋଇଥିବା ନେଇ ତାଙ୍କ ସ୍ତ୍ରୀ ଶୁଭଦ୍ରା ମହାନ୍ତି ଶନିବାର ପୂର୍ବାହ୍ନରେ ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣାରେ ଜନପ୍ରତିନିଧିଙ୍କ ସମେତ ମୋଟ ୬ ଜଣଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା