Masthead

ଗିରଫ ହେଲେ ସୁଶୀଲ କୁମାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆରେଷ୍ଟ ହେଲେ ସୁଶୀଲ କୁମାର । ହତ୍ୟା ମାମଲାରେ ୪ମେରୁ ଫେରାର ଥିବା ସୁଶୀଲ କୁମାରଙ୍କୁ ଆଜି ଦିଲ୍ଲୀ ପୋଲିସ ଗିରଫ କରିଛି । ସାଗର ରାଣାଙ୍କୁ ହତ୍ୟା କରିବା ଅଭିଯୋଗରେ ଆଜି ଦିଲ୍ଲୀ ମୁଣ୍ଡକା ଅଞ୍ଚଳରୁ ତାଙ୍କୁ ଗିରଫ କରିଛି । ତାଙ୍କ ସହ ସହଯୋଗୀ ଅଜୟଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଛତ୍ରଶାଲ ଷ୍ଟାଡିଅମରେ ହୋଇଥିବା ଗଣ୍ଡଗୋଳରେ ସାଗର ରାଣାଙ୍କ ସହ ମାରପିଟ ହୋଇଥିଲା । ଯେଉଁଥିରେ ସାଗର ରାଣାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଅଭିଯୋଗ ପରେ ସୁଶୀଲ ଫେରାର ଥିଲେ । ପୋଲିସ ତାଙ୍କ ବିରୋଧରେ ପ୍ରଥମେ ଲୁକଆଉଟ ନୋଟିସ ଜାରି କରିଥିଲା । ପରେ ତାଙ୍କ ବିରୋଧରେ ବିନା ଜାମିନରେ ୱାରେଣ୍ଟ ଜାରି କରି ତାଙ୍କୁ ଧରାଇଦେଲେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା । ତେବେ ଆଜି ସକାଳେ ଦିଲ୍ଲୀରୁ ତାଙ୍କୁ ଏବଂ ତାଙ୍କ ଡାହାଣ ହାତ ଅଜୟଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ ଗିରଫ କରିଛି । ତେବେ ସୁଶୀଲ ଏକମାତ୍ର ଭାରତୀୟ ଭାବେ ବ୍ୟକ୍ତଗତ ଦୁଇଟି ଅଲମ୍ପିକ ପଦକ ଲାଭ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି