Masthead

ସାମୁଦ୍ରିକ ଝଡ଼ ୟାଶ ଯିବ ମୟୂରଭଞ୍ଜ

ମୟୂରଭଞ୍ଜ(ବଡ଼ ଖବର ବ୍ୟୁରୋ):ଧାମରାର ଉତ୍ତର ଓ ବାଲେଶ୍ୱରର ଦକ୍ଷିଣରେ ଲ୍ୟାଣ୍ଡଫଲ କରିବ ୟାଶ । ବାଲେଶ୍ୱରରୁ ୩୦ କିଲୋମିଟର ଦୂରରେ ଥିବା ୟାଶ ସ୍ଥଳଭାଗ ଆଗକୁ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ମାଡିଆସୁଛି  । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୦ ରହିଛି । ବେଳେ ବେଳେ ପବନର ବେଗ ୧୫୦ ଅତିକ୍ରମ କରୁଛି । ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ୍ତ ଜେନା କହିଛନ୍ତି । ବାତ୍ୟା ଆଶ୍ରୟସ୍ଥଳରେ ଥିବା ଲୋକମାନେ ଘରକୁ ନଫେରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଆସନ୍ତାକାଲି ସକାଳ ସୁଦ୍ଧା ସମୁଦ୍ର ଅଶାନ୍ତ ରହିବ । ବର୍ଷା ଓ ପବନ ଧୀରେ ଧୀରେ କମିବ । କାଲି ସକାଳ ସୁଦ୍ଧା ପାଗରେ ପରିବର୍ତ୍ତନ ଆସିପାରେ । ବର୍ତ୍ତମାନ ସୁଦ୍ଧା ବିପଦ ଟଳିନି ବୋଲି ଏସଆରସି କହିଛନ୍ତି । ୟାଶ କ୍ରମେ ଦୁର୍ବଳ ହୋଇ ମୟୂରଭଞ୍ଜ ଦେଇ ଯିବ । ଏହି ସମୟରେ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ଓ ପବନ ଲାଗିରହିବ । ନିର୍ଦ୍ଧାରିତ ସମୟ ପୂର୍ବରୁ ୟାଶ ଲ୍ୟାଣ୍ଡଫଲ କରିବ ବୋଲି ସେ ସୂଚନା ଦେଇଛନ୍ତି । ସକାଳ ୯.୩୦ରୁ ଆରମ୍ଭ ହେଉଛି ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏହା ୩ଘଣ୍ଟା ଧରି ଚାଲିବ ବୋଲି ଭାରତୀୟ ପାଣିପାଗ ତରଫରୁ କୁହାଯାଇଛି । ୨୧.୨୫ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୮୭ଡିଗ୍ରୀ ପୂର୍ବ ଦାର୍ଘିମାରେ ବାତ୍ୟା ୟାଶ୍ ବର୍ତ୍ତମାନ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି