Masthead

ରାଜ୍ୟ ମଗାଇଲା ୫ ହଜାର ୨ଡିଜି ପାଉଚ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଡିଆରଡିଓ ପ୍ରସ୍ତୁତ କରିଛି ୨ଡିଜି ବା ଡି –ଗ୍ଲୁକୋଜ ମେଡିସିନ । ୨ଡିଜି ପାଉଚ କିଣିବା ଲାଗି ଅର୍ଡର ଦେଇଛନ୍ତି ରାଜ୍ୟ ସରକାର । ୨ଡିଜି ପାଉଚର ମୂଲ୍ୟ ୯୯୦ ଟଙ୍କା । ୨ ଡିଜି ମେଡିସିନ ପ୍ରସ୍ତୁତ କରୁଛି ଡକ୍ଟର ରେଡ୍ଡୀ ଲ୍ୟାବ । ୫ହଜାର ପ୍ୟାକେଟ ଲାଗି ରାଜ୍ୟ ସରକାର କରିଛନ୍ତି ଆବେଦନ । ଗତକାଲି କରୋନା ଔଷଧ ୨ଡିଜିର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଡିଆରଡିଓର ଏହି ଆଣ୍ଟି କୋଭିଡ ଔଷଧ ୯୯୦ଟଙ୍କାରେ ଉପଲବ୍ଧ ହେବ ।

ସରକାରୀ ମେଡିକାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମେଡିସିନ୍ ନିଜ ନିଜ ଧାର୍ୟ୍ୟ ଡିସକାଉଣ୍ଟ ପ୍ରାଇସରେ ମିଳିପାରିବ । ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଛି । ଅନ୍ୟ ଔଷଧ ଅପେକ୍ଷା ୨ଡିଜି ଔଷଧରେ ଅଢେଇ ଦିନ ପୂର୍ବରୁ ଭଲ ହେଉଛନ୍ତି ଆକ୍ରାନ୍ତ । ପ୍ରାଥମିକ ପର୍ୟ୍ୟାୟରେ ଦିଲ୍ଲୀ ଏମ୍ସର ରୋଗୀଙ୍କୁ ଦିଆଯାଇଛି। ହାଇଦ୍ରାବାଦ ସ୍ଥିତ ଡକ୍ଚର ରେଡ୍ଡୀ ଲାବ୍ରୋଟାରୀରେ ଏହାକୁ ପ୍ରସ୍ତୁତ କରିଛି ଡିଆରଡିଓର ନ୍ୟୁକ୍ଲିଅର ମେଡିସିନ୍ ଓ ଆଲାଏଡ ସେଣ୍ଟର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ