Masthead

ରାଜ୍ୟ ବିଜେପିକୁ ଟାର୍ଗେଟ କଲେ ବିଜେଡି ବିଧାୟକ ଧ୍ରୁବ ସାହୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ବିଜେଡି ସରକାର ୨୩ ବର୍ଷ ଧରି ଶାସନ କରିଆସୁଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ । ସେ କହିଛନ୍ତି ନବୀନ ପଟ୍ଟନାୟକ ଧର୍ମ ନିରପେକ୍ଷତାକୁ ଆଧାର କରି ୨୩ ବର୍ଷ ଧରି ଶାସନ କରୁଛନ୍ତି । ସେ ଜଗନ୍ନାଥଙ୍କ ପରମ ଭକ୍ତ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ତାରାତାରିଣୀ ମନ୍ଦିର, ସମଲେଶ୍ଵରୀ ମନ୍ଦିର ଭଳି ଧାର୍ମିକ ସ୍ଥଳୀର ରୂପାନ୍ତରିତ କରିବାର ନେତୃତ୍ୱ ନେଇଛନ୍ତି ନବୀନ। କିଏ ଯଦି ତାଙ୍କୁ ରାଜନୈତିକ ଆକ୍ଷେପ କରିବେ ତା ପାଇଁ ମୋ ପାଖେ ଉତ୍ତର ନାହିଁ କହିଛନ୍ତି ଧ୍ରୁବ ସାହୁ । ସେ ଆହୁରୀ ମଧ୍ୟ କହିଛନ୍ତି ଓଡ଼ିଶା ଆଜି ଶିକ୍ଷାର ହବ୍ ହୋଇଛି। କେନ୍ଦ୍ରୀୟ ଯୋଜନାକୁ ସୁନ୍ଦର ଭାବେ କାର୍ଯ୍ୟକାରୀ କରୁଥିବାରୁ କେନ୍ଦ୍ର ସରକାର ପୁରସ୍କାର ଦେଉଛନ୍ତି । ରାଜ୍ୟ ବିଜେପି ନେତୃତ୍ଵ କିନ୍ତୁ ସହି ପାରୁନି । ସେମାନେ ପ୍ରଶ୍ନ କରନ୍ତୁ କେନ୍ଦ୍ର ନେତୃତ୍ୱକୁ, କାହିଁକି ସେମାନେ ରାଜ୍ୟକୁ ପୁରସ୍କୃତ କରୁଛନ୍ତି। ବିଜେପିର ଦୋ ମୁହାଁ ନୀତି କଣ ପାଇଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା