ଚୀନରେ କମୁଛି ଜନସଂଖ୍ୟା, ଚିନ୍ତାରେ ସରକାର, ଦମ୍ପତ୍ତିଙ୍କୁ ୩ଟି ସନ୍ତାନ କରିବାକୁ ଅନୁମତି

(ବଡ଼ ଖବର ବ୍ରୁରୋ): ଚୀନରେ କମିବାରେ ଲାଗିଛି ଜନସଂଖ୍ୟା । ମୋଟ ଜନସଂଖ୍ୟାର ଏକ ବଡ଼ ଭାଗ ଏବେ ବୃଦ୍ଧାବସ୍ଥାରେ । ଯାହା ଏବେ ଚୀନ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ଏହାକୁ ଦୃଷ୍ଟିରେ ରଖି ଚୀନର ସରକାର ପରିବାର ନିୟୋଜନ ନିୟମ ଉପରେ କୋହଳ କରିଛନ୍ତି । ଆଜି ଏନେଇ ଏକ ବଡ଼ ଘୋଷଣା କରିଛନ୍ତି ଚୀନ ସରକାର । ଚୀନରେ ଦମ୍ପତ୍ତିମାନେ ଏବେ ୩ଟି ସନ୍ତାନ ଜନ୍ମ କରିପାରିବେ । ଆଗରୁ ଏଥିରେ କଟକଣା ଲଗାଇଥିଲେ ଚୀନ ସରକାର ।

ଆଗରୁ ଦମ୍ପତ୍ତିମାନଙ୍କୁ କେବଳ ଦୁଇଟି ସନ୍ତାନ କରିବା ପାଇଁ ଅନୁମତି ଦିଆଯାଇଥିଲା । ତେବେ କିଛି ଦିନ ତଳେ ଚୀନର ଜନସଂଖ୍ୟାର ଏକ ରିପୋର୍ଟ ଆସିଥିଲା । ଯେଉଁଥିରେ ଦେଖାଯାଇଥିଲା କି ଚୀନର ଏକ ବଡ଼ ଭାଗ ବୃଦ୍ଧାବସ୍ଥାରେ ପ୍ରବେଶ କରିସାରିଛି । ଯାହାକି ଦେଶର ଭବିଷ୍ୟତ ପାଇଁ ବିପଦ । ଏହାକୁ ନଜରରେ ରଖି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଚୀନରେ ଦମ୍ପତ୍ତିମାନଙ୍କୁ ୩ଟି ସନ୍ତାନ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ