Masthead

୨ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୨ରୁ ୩ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ । ୧୦ ରୁ ୧୪ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା । ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ । ଏନେଇ ୧୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟ ବାସୀଙ୍କୁ ସତର୍କ କରାଯାଇଛି । ୧୦ରୁ ୧୨ ତାରିଖ ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଝଡ଼ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେଣୁ ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

୧୦ ଓ ୧୧ତାରିଖରେ ଅନୁଗୁଳ, ଢେଙ୍କାନାଳ, କଟକ, ଭଦ୍ରକ, ଯାଜପୁର, ବୌଦ୍ଧ, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ଏବଂ ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, କଳାହାଣ୍ଡି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୧ରୁ ୧୩ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଓ ସ୍ଥାନେସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଧା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼, କଳାହାଣ୍ଡି, ଓ ନୂଆପଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସିନ୍ଦୂର ଲୋଗୋର ନିର୍ମାତା କିଏ? 🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ 🔴 ଜାମୁକୋଳି, ପାଇଖାନା ଗପ..ଏବେ ବୋଥ୍ରାଙ୍କ ମୁହଁରେ ଗୀତା 🔴 ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ 🔴 ରାଜ୍ୟସଭା ଯିବେ କମଲ ହାସନ! 🔴 ଭିଜିଲାନ୍ସ ଜାଲରେ RI 🔴 ରାଜ୍ୟରେ ୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ 🔴 ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ 🔴  ଆଜିଠାରୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା 🔴 ପାଟଣାଗଡ଼ ପାର୍ସଲ୍ ବୋମା ମାମଲା, ଆଜି ଆସିବ ରାୟ 🔴 ସିନ୍ଦୂର ଲୋଗୋର ନିର୍ମାତା କିଏ? 🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ 🔴 ଜାମୁକୋଳି, ପାଇଖାନା ଗପ..ଏବେ ବୋଥ୍ରାଙ୍କ ମୁହଁରେ ଗୀତା 🔴 ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ 🔴 ରାଜ୍ୟସଭା ଯିବେ କମଲ ହାସନ! 🔴 ଭିଜିଲାନ୍ସ ଜାଲରେ RI 🔴 ରାଜ୍ୟରେ ୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ 🔴 ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ 🔴  ଆଜିଠାରୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା 🔴 ପାଟଣାଗଡ଼ ପାର୍ସଲ୍ ବୋମା ମାମଲା, ଆଜି ଆସିବ ରାୟ