Masthead

ଗରିବ ସାବିତ୍ରୀର କରୁଣ କାହାଣୀ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଆଜି ହେଉଛି ପବିତ୍ର ସାବିତ୍ରୀ ଓଷା । ସ୍ୱାମୀର ମଙ୍ଗଳ ମନାସି ବିବାହିତ ମହିଳାମାନେ ଏହି ପର୍ବକୁ ପାଳନ କରୁଛନ୍ତି । ହାତରେ ଭୋଗ ଥାଳି, ତାହା ଭିତରେ ବିଭିନ୍ନ ପ୍ରକାର ଫଳ । କରୋନା ପାଇଁ ମନ୍ଦିର ବନ୍ଦ ଥିବାରୁ ମହିଳାମାନେ ଘରେ କୂଳ ଦେବତାଙ୍କୁ ପୂଜା କରି ସ୍ୱାମୀଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ହେଲେ ଆଜି ଅସ୍ତରଙ୍ଗ ଅଂଚଳର ଜଣେ ଗରିବ ସାବିତ୍ରୀ ଯାହାଙ୍କ ଦେହରେ ନାହିଁ ନୂଆ ଲୁଗା, କି ମୁହଁରେ ନାହିଁ ଖୁସି । ଦୀର୍ଘ ତିରିଶି ବର୍ଷ ହେବ ସଙ୍ଘର୍ଷ କରି ସେବା କରୁଛନ୍ତି ଅକ୍ଷମ ସତ୍ୟବାନଙ୍କୁ ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ପଞ୍ଚାୟତର ଘଣ୍ଟକଣ ଗ୍ରାମର ପ୍ରସନ ମହାନ୍ତି ଓ ପ୍ରଭାତୀ ମହାନ୍ତି । ବିବାହର ପନ୍ଦର ବର୍ଷ ପରେ ଏକ ଭୟଙ୍କର ପକ୍ଷଘାତ ରୋଗରେ ମୃତ୍ୟୁ ମୁଖରୁ ଫେରାଇ ଆଣିଛନ୍ତି ସତ୍ୟବାନ ସ୍ୱାମୀ ଅକ୍ଷୟଙ୍କୁ । ଘରର ସମସ୍ତ ଖର୍ଚ୍ଚ, ଚାରି ଝିଅଙ୍କ ପାଠ ପଢା ଓ ତାଙ୍କ ତିନି ଝିଅଙ୍କ ବିବାହ ଓ ସ୍ୱାମୀଙ୍କ ମାସିକ ଚାରିହଜାର ଟଙ୍କାରୁ ଅଧିକ ଔଷଧ ଖର୍ଚ୍ଚ ଓ ଘରର ସମସ୍ତ ଗୁରୁ ଦାଇତ୍ୱ ନିଜ ମୁଣ୍ଡରେ ମୁଣ୍ଡାଇ ତିରିଶି ବର୍ଷ ହେଲା ଜୀବନ ଯୁଦ୍ଧରେ ସଂଗ୍ରାମ କରିଚାଲିଛନ୍ତି ସାବିତ୍ରୀ ପ୍ରଭାତୀ ମହାନ୍ତି । ପବିତ୍ର ସାବିତ୍ରୀ ଓଡ଼ିଆଣି ଭାବେ ଗରିବ ହୋଇଥିଲେ ମଧ୍ୟ ନିଜ ସତ୍ୟବାନଙ୍କୁ ନୀତି ନିୟମ ଅନୁସାରେ ପୂଜାର୍ଚ୍ଚନା କରିଥିଲେ । ଯାହା ଆଜିର ସମାଜ ପାଇଁ ଉଦାହରଣ ସୁରୂପ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି