Masthead

ଗରିବ ସାବିତ୍ରୀର କରୁଣ କାହାଣୀ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଆଜି ହେଉଛି ପବିତ୍ର ସାବିତ୍ରୀ ଓଷା । ସ୍ୱାମୀର ମଙ୍ଗଳ ମନାସି ବିବାହିତ ମହିଳାମାନେ ଏହି ପର୍ବକୁ ପାଳନ କରୁଛନ୍ତି । ହାତରେ ଭୋଗ ଥାଳି, ତାହା ଭିତରେ ବିଭିନ୍ନ ପ୍ରକାର ଫଳ । କରୋନା ପାଇଁ ମନ୍ଦିର ବନ୍ଦ ଥିବାରୁ ମହିଳାମାନେ ଘରେ କୂଳ ଦେବତାଙ୍କୁ ପୂଜା କରି ସ୍ୱାମୀଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ହେଲେ ଆଜି ଅସ୍ତରଙ୍ଗ ଅଂଚଳର ଜଣେ ଗରିବ ସାବିତ୍ରୀ ଯାହାଙ୍କ ଦେହରେ ନାହିଁ ନୂଆ ଲୁଗା, କି ମୁହଁରେ ନାହିଁ ଖୁସି । ଦୀର୍ଘ ତିରିଶି ବର୍ଷ ହେବ ସଙ୍ଘର୍ଷ କରି ସେବା କରୁଛନ୍ତି ଅକ୍ଷମ ସତ୍ୟବାନଙ୍କୁ ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ପଞ୍ଚାୟତର ଘଣ୍ଟକଣ ଗ୍ରାମର ପ୍ରସନ ମହାନ୍ତି ଓ ପ୍ରଭାତୀ ମହାନ୍ତି । ବିବାହର ପନ୍ଦର ବର୍ଷ ପରେ ଏକ ଭୟଙ୍କର ପକ୍ଷଘାତ ରୋଗରେ ମୃତ୍ୟୁ ମୁଖରୁ ଫେରାଇ ଆଣିଛନ୍ତି ସତ୍ୟବାନ ସ୍ୱାମୀ ଅକ୍ଷୟଙ୍କୁ । ଘରର ସମସ୍ତ ଖର୍ଚ୍ଚ, ଚାରି ଝିଅଙ୍କ ପାଠ ପଢା ଓ ତାଙ୍କ ତିନି ଝିଅଙ୍କ ବିବାହ ଓ ସ୍ୱାମୀଙ୍କ ମାସିକ ଚାରିହଜାର ଟଙ୍କାରୁ ଅଧିକ ଔଷଧ ଖର୍ଚ୍ଚ ଓ ଘରର ସମସ୍ତ ଗୁରୁ ଦାଇତ୍ୱ ନିଜ ମୁଣ୍ଡରେ ମୁଣ୍ଡାଇ ତିରିଶି ବର୍ଷ ହେଲା ଜୀବନ ଯୁଦ୍ଧରେ ସଂଗ୍ରାମ କରିଚାଲିଛନ୍ତି ସାବିତ୍ରୀ ପ୍ରଭାତୀ ମହାନ୍ତି । ପବିତ୍ର ସାବିତ୍ରୀ ଓଡ଼ିଆଣି ଭାବେ ଗରିବ ହୋଇଥିଲେ ମଧ୍ୟ ନିଜ ସତ୍ୟବାନଙ୍କୁ ନୀତି ନିୟମ ଅନୁସାରେ ପୂଜାର୍ଚ୍ଚନା କରିଥିଲେ । ଯାହା ଆଜିର ସମାଜ ପାଇଁ ଉଦାହରଣ ସୁରୂପ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ