Masthead

ମାନିଲେନି ଗାଇଡଲାଇନ୍, ଗଣିଲେ ତଣ୍ଡ

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟରେ ଲକଡାଉନ୍ କଟକଣାକୁ କଡାକଡି କରାଯାଇଛି । ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ ରହୁଛି । ଆବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ କେବଳ ସକାଳ ୧୧ଟା ଯାଏଁ ଦୋକାନ ଖୋଲା ରହୁଛି । ଅନ୍ୟପଟେ କରୋନା ସଂକ୍ରମଣ ଥମୁ ନଥିବା ବେଳେ ଅନେକ ଅମାନିଆ କଟକଣା ମାନୁ ନାହାଁନ୍ତି । ପୋଲିସ ପ୍ରଶାସନର ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଚିଛପି ବେପାର କରୁଛନ୍ତି ।

ତେବେ ଆଜି ଏପରି ଜଣେ ଅମାନିଆଙ୍କ ଦୋକାନକୁ ସିଲ୍ କରିଛି କମିଶନରେଟ୍ ପୋଲିସ । ରାଜଧାନୀର ଝାରପଡା ଛକରେ ଥିବା ସଗୁନ ଲୁଗା ଦୋକାନରେ ପୋଲିସ ଚଢଉ କରିଥିଲା। ଏହି ଦୋକାନୀ କୋଭିଡ୍ ଗାଇଡଲାଇନକୁ ଖାତିର ନକରି ବୋପାର କରୁଥିବା ପୋଲିସକୁ ସୂଚନା ମିଳିଥିଲା । କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି । ଦୋକାନ ମାଲିକଙ୍କ ସହ ଗ୍ରାହକଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼