Masthead

ଶୈଶବରେ ଯନ୍ତ୍ରଣା, ସାହାଯ୍ୟ ଅପେକ୍ଷାରେ କୁନି ରୁଦ୍ର

କେନ୍ଦୁଝର(ବଡ ଖବର ବ୍ୟୁରୋ): ସୂର୍ଯ୍ୟ ଉଦୟ ହେବା ପରେ କୁଳ ଉଜ୍ୱଳ ହେବ । ମନରେ ଥିଲା ଅନେକ ଆଶା ଓ ଆକାଂକ୍ଷା । ହେଲେ ଆଲୋକିତ କରିବା ବଦଳରେ ଅନ୍ଧକାରର କ୍ରୁରତା କବଳରେ କବଳିତ ହୋଇଗଲା ରୁଦ୍ର । ମାଆ କୋଳ ଛାଡି ନଥିବା ଶିଶୁ ଯେ ଦିନେ ଡାକ୍ତରଖାନା ବିଛଣାରେ ଏକାଏକା ଶୋଇବ ତାହା କିଏବା ଜାଣି ଥିଲା। ଏହିଭଳି ଦୁଃଖଦ କାହାଣୀ ଏବେ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ ଢେଙ୍କା ଗ୍ରାମରେ ଦେଖିବାକୁ ମିଳିଛି। ମାଆ ସଙ୍ଘମିତ୍ରାଙ୍କ ପ୍ରଥମ ସନ୍ତାନ ରୂପେ ୨୦୧୮ ମସିହା ମେ ମାସ ୧୦ ତାରିଖରେ ଜନ୍ମ ହେଲା ରୁଦ୍ର ।

ରୁଦ୍ର ଆସିବା ପରେ ପରିବାରର ଖୁସି କହିଲେ ନସରେ, କିନ୍ତୁ କିଛିଦିନ ଗଲା ପରେ ପୁଅ ରୁଦ୍ର ଜୀବନରେ ଖେଳି ଗଲା କଳା ବାଦଲ । କୁନି ପାଦରେ ଠୁକୁ ଠୁକୁ ହୋଇ ଚାଲି ଶିଖିବା ସମୟରେ ଡାକ୍ତର ଖାନାରୁ ରିପୋର୍ଟ ଆସିଲା ରୁଦ୍ରକୁ ହୋଇଛି ରକ୍ତ କର୍କଟ । ଏହା ଜାଣିବା ପରେ ଭାଙ୍ଗିପଡିଲେ ରୁଦ୍ରର ବାପା ମାଆ । ତଥାପି ଧର୍ଯ୍ୟ ନହାରି ସତ ଚେଷ୍ଟା ବଳରେ ପୁଅକୁ ଅଧାରୁ ଅଧିକ ଭଲ କରିଛନ୍ତି ମା ଓ ବାପା ।

କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ ଆହୁରି ସାତ ଲକ୍ଷ ଟଙ୍କା ଖର୍ଚ୍ଚ ହେଲେ ରୁଦ୍ର ସମ୍ପୁର୍ଣ୍ଣ ରୁପେ ସୁସ୍ଥ ହୋଇପାରିବ। ମାତ୍ର ବର୍ତ୍ତମାନ ସମୟରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ଲକଡାଉନ ଓ ସଡଡାଉନ ସାଜିଛି ବାଧକ । ଏପରି ଘଡିସନ୍ଧି ମୁହୁର୍ତ୍ତରେ ଅର୍ଥ ଯୋଗାଡ କରିବା କାଠିକର ପାଠ ହୋଇ ପଡିଛି। ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନକୁ ନିବେଦନ କରିବା ପରେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ । ଯାହାକୁ ନେଇ ବାପା ଦେବାଶିଷ ବଡ ଖବର ମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ସମାଧାନ ହୋଇ ପାରିବ ବୋଲି ଆଶା ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ