Masthead

ଗ୍ୟାଙ୍ଗଷ୍ଟର ହାଇଦର ସଫା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କୁଖ୍ୟାତ ଗ୍ୟାଙ୍ଗଷ୍ଟର ନାଁରୁ ହଜିଗଲା ହାଇଦର ନାଁ । ଯିଏ ଦିନେ ଏନକାଉଣ୍ଟର କରି ଲୋକଙ୍କ ଜୀବନ ନେଉଥିଲା ଆଜି ତାର ଏନକାଉଣ୍ଟରରେ ମୃତ୍ୟୁ ହୋଇଛି । କୁଖ୍ୟାତ ଅପରାଧ ଗ୍ୟାଙ୍ଗଷ୍ଟର ସେକ ହାଇଦର ମୃତ୍ୟୁକୁ ନେଇ ଓଡ଼ିଶାରେ ଖେଳିଯାଇଛି ଚାଞ୍ଚଲ୍ୟ । ଅପରାଧୀକ କାର୍ଯ୍ୟକଳାପର ମାଷ୍ଟମାଇଡ କୁହାଯାଉଥିବା ସେକ ହାଇଦର ଅପରାଧ ସାମ୍ରଜ୍ୟର ଅବସାନ ଘଟିଛି। କଟକ ଚୌଦଦ୍ୱାରରୁ ବାରିପଦା ଜେଲ ଅଭିମୁଖେ ଯାଉଥିବା ବେଳେ ହାଇଦର ପରିସ୍ରା ବାହାନାରେ ଦୌଡି ପଳାଉଥିଲା। ହାଇଦର ଖସିଯିବାକୁ ଉଦ୍ୟମ କରୁଥିବା ବେଳ ହାଇଦରକୁ ଏନକାଉଣ୍ଟର କରିଥିଲା ପୋଲିସ । ପୋଲିସ ହାଇଦରକୁ ବାଲେଶ୍ୱର ସିମୁଳିଆ ନିକଟରେ ଏନକାଉଣ୍ଚର କରିଥିଲା ।

ଗୁରୁତର ଆହତ ହାଇଦରକୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ହାଇଦରର ମୃତ୍ୟୁ ଘଟିଛି । ବାରିପଦା ଜେଲକୁ ଗ୍ୟାଙ୍ଗଷ୍ଟର ହାଇଦରକୁ ନିଆଯାଉଥିବାବେଳେ ଅଧାରାସ୍ତାରେ ଖସିଯିବାକୁ ଚେଷ୍ଟା କରିଥିଲା ସେକ ହାଇଦର ।  ଏନକାଉଣ୍ଟରରେ ହାଇଦରର ପେଟ ଓ ବାମ ହାତରେ ଗୁଳିବାଜିଥିଲା । ଶରୀରରୁ ପ୍ରଚୁର ରକ୍ତ ବାହରିଥିଲା । ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ହାଇଦରକୁ ସ୍ଥାନାନ୍ତର କରାଯାଉଥିଲା ।  ସୁରକ୍ଷାକର୍ମୀଙ୍କ ବନ୍ଧୁକ ଛଡାଇନେବାକୁ ଉଦ୍ୟମ କରିଥିଲା ହାଇଦର । କିଛି ମାସ ତଳେ କଟକ ବଡ଼ ମେଡିକାଲରୁ ହାଇଦର ବିରିୟାନୀରେ ନିଶା ଔଷଧ ଦେଇ ଖସିପଳାଇବାରେ ସଫଳ ହୋଇଥିଲା । ଏହି ଘଟଣା ସେତେବେଳେ, ରାଜ୍ୟ ପୋଲିସକୁ ହରଡ଼ ଘଣାରେ ପକାଇଦେଇଥିଲା ।

ଏହାପରେ ରାଜ୍ୟ ପୋଲିସର ଏକ ସ୍ୱତନ୍ତ୍ର ଟିମ ହାଇଦ୍ରାବାଦରୁ ହାଇଦରକୁ ଧରିବାରେ ସଫଳ ହୋଇଥିଲା । ପରେ ୧୨୦ ଘଣ୍ଟାର ସଫଳ ଅପରେସନ ପରେ ହାଇଦରକୁ ତେଲଙ୍ଗାନାର ସାଙ୍ଗାରେଡ୍ଡିରୁ ଗିରଫ କରିଥିଲା ପୋଲିସ । ପରେ ତାଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ହାଇଦ୍ରାବାଦରୁ ଓଡ଼ିଶା ଅଣାଯାଇଥିଲା ।  କୁଖ୍ୟାତ ଅପରାଧ ଗ୍ୟାଙ୍ଗଷ୍ଟର ସେକ ହାଇଦର ମୃତ୍ୟୁକୁ ନେଇ ଓଡ଼ିଶାରେ ଖେଳିଯାଇଛି ଚାଞ୍ଚଲ୍ୟ। ଅପରାଧୀକ କାର୍ଯ୍ୟକଳାପର ମାଷ୍ଟମାଇଡ କୁହାଯାଉଥିବା ସେକ ହାଇଦର ଅପରାଧ ସାମ୍ରଜ୍ୟର ଅବସାନ ଘଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି