Masthead

ତାମିଲନାଡ଼ୁରେ ଘୁଞ୍ଚିଲା ଲକଡାଉନ

ଚେନ୍ନାଇ(ବଡ଼ ଖବର ବ୍ୟୁରୋ): କରୋନା ଚେନକୁ ଭାଙ୍ଗିବାକୁ ତାମିଲନାଡ଼ୁରେ ପୁଣି ଘୁଞ୍ଚିଲା ଲକଡାଉନ । ତାମିଲନାଡ଼ୁର ଏମ.କେ.ଷ୍ଟାଲିନ ସରକାର ଶୁକ୍ରବାର ଦିନ ରାଜ୍ୟରେ ଲକଡାଉନକୁ ଜୁନ ୨୧ ବା ପୁଣି ଏକ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତେବେ ଲକଡାଉନ ସମୟରେ କିଛି କୋହଳ ମଧ୍ୟ କରାଯାଇଛି । ୩୫ଦିନ ପରେ ଜୁନ ୧୪ରୁ ସେଲୁନ, ପାର୍କ ଏବଂ ମଦ ଦୋକାନ ଖୋଲା ରହିବ । ଜୁନ ୧୪ରୁ ଚେନ୍ନାଇ ସମେତ ୨୭ଟି ଜିଲ୍ଲାରେ ସେଲୁନ୍, ବିୟୁଟି ପାର୍ଲର ଏବଂ ସ୍ପା ବିନା ଏସିରେ ସକାଳ ୬ଟାରୁ ୫ଟା ପର୍ୟ୍ୟନ୍ତ ଚାଲିପାରିବ ଏବଂ ଗୋଟିଏ ସମୟରେ ୫୦ ପ୍ରତିଶତ ଗ୍ରାହକଙ୍କୁ ଅନୁମତି ଦିଆଯିବ । ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍ ଏନେଇ ଘୋଷଣା କରିଛନ୍ତି । ଏହାଛଡ଼ା ଲୋକଙ୍କୁ କୋଭିଡ଼ ଗାଇଡ଼ଲାଇନ ପାଳନ କରିବାକୁ ମଧ୍ୟ କହିଚନ୍ତି । ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ, ରାଜ୍ୟର କୋଏମ୍ବାଟୁର ଏବଂ ନୀଳଗିରି ସମେତ ୧୧ଟି ଜିଲ୍ଲାରେ କୋଭିଡ୍-୧୯ ସଂକ୍ରମଣ ଅପେକ୍ଷାକୃତ ଅଧିକ ଯୋଗୁଁ ସେଠାରେ କମ୍ କୋହଳ କରାଯିବ । ଅବଶିଷ୍ଟ ୨୭ଟି ଜିଲ୍ଲାରେ ଅଧିକ କୋହଳ ପ୍ରଦାନ କରାଯିବ । ଏହି ନିର୍ଦ୍ଦେଶ ଜୁନ୍ ୧୪ରୁ କାର୍ୟ୍ୟକାରୀ ହେବ ।

ସିନେମା ଏବଂ ବସ୍ ସେବା ଉପରେ ଜୁନ୍ ୨୧ ପର୍ୟ୍ୟନ୍ତ ପ୍ରତିବନ୍ଧକ ରହିବ । ଚେନ୍ନାଇ ସମେତ ୨୭ ଜିଲ୍ଲାର ୩୩ ପ୍ରତିଶତ କର୍ମଚାରୀଙ୍କ ସହ ଶିଳ୍ପସଂସ୍ଥା କାର୍ୟ୍ୟ ଜାରି ରହିବ । ସେହିଭଳି କୃଷି ଉପକରଣ, ପମ୍ପ୍ ସେଟ୍ ଏବଂ ଆନୁଷଙ୍ଗୀକ ଯନ୍ତ୍ରପାତି ମରାମତି କରୁଥିବା ଦୋକାନଗୁଡିକ ସକାଳ ୯ଟାରୁ ୫ଟା ପର୍ୟ୍ୟନ୍ତ କାମ କରିପାରିବେ । ମିକ୍ସର୍, ଗ୍ରାଇଣ୍ଡର୍, ଟେଲିଭିଜନ୍ ସେଟ୍ ଏବଂ ଅନ୍ୟାନ୍ୟ ଘରୋଇ ଉପକରଣ ମରାମତି କରୁଥିବା ଦୋକାନଗୁଡିକ ସକାଳ ୯ଟାରୁ ୨ଟା ପର୍ୟ୍ୟନ୍ତ କାମ କରିପାରିବ । ସରକାରୀ ପାର୍କଗୁଡିକ ମଧ୍ୟ ସକାଳ ୬ଟାରୁ ୯ଟା ପର୍ୟ୍ୟନ୍ତ ଖୋଲା ରହିବ । ବିଦ୍ୟାଳୟ ଓ କଲେଜଗୁଡିକ ବନ୍ଦ ରହିବ, କିନ୍ତୁ ଆଡମିଶନ କାର୍ୟ୍ୟ ଜାରି ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା