Masthead

ସରକାରୀ କାମରେ ଶିଶୁ ଶ୍ରମିକ

ଦେବଗଡ଼ (ବଡ଼ ଖବର ବ୍ୟୁରୋ): ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବଲଣ୍ଡା ଗ୍ରାମପଞ୍ଚାୟତ ହିଞ୍ଜିଳିତା ଗ୍ରାମରେ ଓଏମବିଏଡିସି ପ୍ରୋଜେକ୍ଟରେ ଶିଶୁ ଶ୍ରମିକ ନିୟୋଜିତ ହେବାର ଦେଖିବାକୁ ମିଳିଛି | ଏଠାରେ ଏମାନଙ୍କୁ ଶୋଷଣର ଶିକାର ହେବାକୁ ପଡୁଛି | ଖୋଦ ସରକାରୀ କଳରେ ନିୟୋଜିତ ଅଛନ୍ତି ୧୮ ବର୍ଷରୁ କମ ନାବାଳକ ଏବଂ ନାବାଳିକା | ଗୋଟେ ପଟେ ସରକାରଙ୍କ ମାଳ ମାଳ ଯୋଜନା ଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାରେ |

ମୁଖ୍ୟମନ୍ତ୍ରୀ ଓଡ଼ିଶାର ନମ୍ବର ୱାନ ବୋଲି ଡ଼ିଣ୍ଡିମ ପିଟୁଥିବା ବେଳେ ସତେ ଯେମିତି ତାଙ୍କର ସମସ୍ତ ଯୋଜନା ଫେଲ ମାରିଛି ଦେବଗଡ଼ ଜିଲ୍ଲାରେ | କମ ଟଙ୍କାରେ ଅଧିକ ଲାଭ ଆଶା ରଖି ନାବାଳକ ଏବଂ ନାବାଳିକାଙ୍କୁ କାମରେ ଲଗାଉଛନ୍ତି ବାରକୋଟ ରେଞ୍ଜର ଶ୍ରୀମତୀ ଜୟଶ୍ରୀ ମୁର୍ମୁ | ସାଧାରଣତଃ ନାବାଳକଙ୍କୁ କୌଣସି ସରକାରୀ କାର୍ଯ୍ୟରେ ନିୟୋଜିତ ନକରିବାକୁ ଅନେକ ସରକାରୀ ଆଇନ ରହିଛି | ତେବେ ଆଇନ ଆଖିରେ ଧୂଳି ଦେଇ ଦିନ ଦ୍ୱିପ୍ରହରେ କାମ କରୁଛନ୍ତି ନାବାଳକ | ଚାରିଆଡେ ମହାମାରୀର ପ୍ରକୋପ ଥିବା ବେଳେ ବିନା ମାସ୍କ ଏବଂ କୋଭିଡ଼ ନିୟମକୁ ସମ୍ପୂର୍ଣ ବେଖାତିର କରି ସରକାରୀ କାମ ଚାଲୁଛି |

ବାରକୋଟ ରେଞ୍ଜ ଏବଂ ବାରକୋଟ ରେଞ୍ଜରଙ୍କ ଆଖି ସାମ୍ନାରେ ଏସବୁ ହେଉଥିବା ବେଳେ ନିଜ ଊପରୁ ଦୋଷ ଏଡ଼ାଇବାକୁ ସେ ଏବିଷୟରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି । ସାଧାରଣରେ ଶୁଣିବାକୁ ମିଳୁଛି ପରସେଣ୍ଟ ଅନୁସାରେ ନିଜ ଲାଭ ଟଙ୍କା ହେରଫେର ହେଉଛି | ନିରୀହ ଗରିବ ନାବାଳକ ନାବାଳିକାଙ୍କୁ କାମରେ ନିୟୋଜିତ କରି ଅଧିକ ଲାଭ ନେଉଛନ୍ତି ଏବଂ ମାଲେମାଲ ହେଉଛନ୍ତି ସରକାରୀ କର୍ମଚାରୀ | ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଯାଇଥିବା ବେଳେ ଏହି ଘଟଣାର ନିରପେକ୍ଷ ତଦନ୍ତ କରାଗଲେ ସତ ସମସ୍ତଙ୍କ ସାମ୍ନାକୁ ଆସିପାରନ୍ତା | ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ଭାବେ ନେଇ ଏହି ନିରୀହ ଗରିବ ନାବାଳକ ନାବାଳିକାଙ୍କୁ ଉଚିତ ପ୍ରାପ୍ୟ ଦେବାସହ ନ୍ୟାୟ ଦେବାପାଇଁ ଏବଂ ପ୍ରକୃତ ଦୋଷୀଙ୍କୁ ଖୋଜି ତାଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼