Masthead

ସରିଲା ଦେବ ବିବାହ, ଆଜି ଯୁଗଳ ଦର୍ଶନ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ସରିଲା ଦେବ ବିବାହ । ମାଆ ପାର୍ବତୀଙ୍କ ହାତ ଧରିଲେ ଦେବ ଦେବ ମହାଦେବ । ଲଗ୍ନ ଅନୁସାରେ ଗତକାଲି ରାତି ୩ଟାରେ ସମ୍ପନ୍ନ ହେଲା ଦେବ ବିବାହ ନୀତି। ଆଜି ଯୁଗଳ ଦର୍ଶନ । କୋଭିଡ କଟକଣା ଭିତରେ ଚାଲିଛି ନୀତିକାନ୍ତି । ଗତ ବର୍ଷ ଭଳି ଏବର୍ଷ ମଧ୍ୟ ସୀମିତ ସେବାୟତଙ୍କୁ ନେଇ ସମ୍ପନ୍ନ ହୋଇଛି ଦେବ ବିବାହ । ନିରାଡମ୍ବର ଭାବେ ସମ୍ବଲପୁରର ନନ୍ଦପଡ଼ାର ବାବା ବାଲୁଙ୍କେଶ୍ୱର, ଝାଡୁଆପଡ଼ାର ବାବା ଲୋକନାଥ ଓ ମୁଦିପଡ଼ାର ବାବା ଯଜ୍ଞେଶ୍ୱରଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଛି ।

ସେପଟେ ସମ୍ପନ୍ନ ହୋଇଛି ମହାଦେବ ଲିଙ୍ଗରାଜଙ୍କ ବିବାହ ଉତ୍ସବ । ଦେବ ଦମ୍ପତି ମହାଦେବ ଲିଙ୍ଗରାଜ ଓ ମା’ ଗୌରୀଙ୍କ ବିବାହ ପାଇଁ ଚଳଚଞ୍ଚଳ ହୋଇଛି ଏକାମ୍ର କ୍ଷେତ୍ର । କରୋନା ଯୋଗୁ ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ହୋଇଛି ମହାଦେବଙ୍କ ବିବାହ ଉତ୍ସବ। ଗାଇଡଲାଇନ ଅନୁସାରେ ୨୫ଜଣ ସେବାୟତରେ ବିବାହ କାର୍ୟ୍ୟ ସମ୍ପର୍ଣ୍ଣ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ