Masthead

ଗର୍ଭବତୀଙ୍କ ପାଇଁ ଦ୍ୱିତୀୟ ଲହର ଅଧିକ ବିପଦଜ୍ଜନକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ଗର୍ଭବତୀ ମହିଳା ଓ ସେମାନଙ୍କଠାରୁ ଜନ୍ମିତ ନବଜାତକଙ୍କ ଉପରେ ଅଧିକ ପ୍ରଭାବ ପକାଇଥିଲା । ଗୁରୁତର ହାର ଓ ମୃତ୍ୟୁସଂଖ୍ୟା ମଧ୍ୟ ପ୍ରଥମ ଲହର ତୁଳନାରେ ଅଧିକ ରହିଥିଲା । ଆଇସିଏମଆର ପକ୍ଷରୁ ଏକ ଗବେଷଣାରେ ଏନେଇ ତଥ୍ୟ ଆସିଛି । ଆଇସିଏମଆର ଅନୁସାରେ, ଗର୍ଭବତୀ ମହିଳା ଓ ନବଜାତକଙ୍କୁ ନେଇ ପ୍ରଥମ ଓ ଦ୍ୱିତୀୟ ଲହର ସହ ତୁଳନା କରାଯାଇଥିଲା । ଦ୍ୱିତୀୟ ଲହରରେ ଲକ୍ଷଣ ଥିବା କେସ୍ ୨୮.୭ ପ୍ରତିଶତ ଥିଲା । ଯାହା ପ୍ରଥମ ଲହରରେ ୧୪.୨ ପ୍ରତିଶତ ରହିଥିଲା । ସେହିପରି ଦ୍ୱିତୀୟ ଲହରରେ ମୃତ୍ୟୁହାର ୫.୭ ପ୍ରତିଶତ ଥିବା ବେଳେ ପ୍ରଥମ ଲହରରେ ଏହା ୦.୭ ପ୍ରତିଶତ ରହିଥିଲା ।

ଏହି ଗବେଷଣା ମୋଟ ୧୫୩୦ ଗର୍ଭବତୀ ଓ ପ୍ରସୂତୀଙ୍କ ଉପରେ କରାଯାଇଥିଲା । ଏହାମଧ୍ୟରୁ ୧୧୪୩ ଜଣ ଜଣ ପ୍ରଥମ ଲହରରେ ଓ ୩୮୭ ଜଣ ଦ୍ୱିତୀୟ ଲହରରେ ସାମିଲ ଥିଲେ । ପ୍ରଥମ ଓ ଦ୍ୱିତୀୟ ଲହରରୁ ମିଶାଇ ମୋଟ୍ ମୃତ୍ୟୁହାର ୨ ପ୍ରତିଶତ ଥିଲା । ଯେଉଁଥିରେ ଅଧିକାଂଶ କୋଭିଡ ନିମୋନିଆ ଓ ଶ୍ୱାସକ୍ରିୟାରେ କଷ୍ଟ ଜନିତ ସମସ୍ୟାର ସାମ୍ନା କରୁଥିଲେ । ଏହି ଶ୍ରେଣୀର ମହିଳାଙ୍କ ପାଇଁ ଭାକସିନ୍ ଜରୁରୀ ବୋଲି ଗବେଷଣାରେ କୁହାଯାଇଛି । ସୂଚନାଯୋଗ୍ୟ, ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ କହିଥିଲା ଯେ, ଯଦି ଗର୍ଭବତୀ ମହିଳାଙ୍କ ପ୍ରତି ଅଧିକ ବିପଦ ରହିଥାଏ କିମ୍ବା ସେମାନେ ଅନ୍ୟ କେଉଁ ରୋଗରେ ପୀଡିତ ଥାନ୍ତି ତେବେ ସେମାନଙ୍କୁ ଟିକା ଦିଆଯିବା ଆବଶ୍ୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି