Masthead

ଟିକାରେ ବ୍ୟବହାର ହେଉଛି ବାଛୁରୀ ରକ୍ତ!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ଟିକାକୁ ନେଇ ସାରା ଦେଶ ଉଠୁଛି ପଡୁଛି । କୋଭାକ୍ସିନ୍ ହେଉ କି କୋଭିସିଲ୍ଡ ଟିକାକୁ ନେଇ ବିବାଦ ମୁଣ୍ଡଟେକିଲାଣି । ବିଦେଶୀ ଅଦୃଶ୍ୟ ଭୂତାଣୁ କରୋନା ପ୍ରାଣଘାତୀ ହୋଇଥିବାରୁ ଏହାକୁ ରୋକିବା ପାଇଁ ବିଶ୍ୱର ବଡ଼ ବଡ଼ ଦେଶ ଆଗେଇ ଆସିଥିଲେ । ବିଶେଷଜ୍ଞମାନେ ଦିନରାତି ଏକ କରିଦେଇଥିଲେ । ବହୁ ପରୀକ୍ଷା ନିରୀକ୍ଷା ପରେ ଭାରତ ବାୟୋଟେକ୍ ଓ ସେରମ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରିଥିଲେ କରୋନା ପ୍ରତିଶେଧକ ଟିକା । ୨୦୨୧ ଜାନୁୟାରୀରେ ଭାରତରେ ସମୂହ ଟିକାରଣ ଆରମ୍ଭ ହୋଇଥିଲା । ଭାରତରେ ବିଦେଶୀ ଟିକା ପହଞ୍ଚିଥିଲେ ମଧ୍ୟ ବହୁ ଲୋକ ସେରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରିଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ନେଇଛନ୍ତି । ନେଉଛନ୍ତି ମଧ୍ୟ । ମାତ୍ର ଏହି ଦସ୍ୱବ ଟିକା ପ୍ରସ୍ତୁତିରେ ବାଛୁରୀ ରକ୍ତ ବ୍ୟବହାର ହୋଇଥିବା ପ୍ରଚାର ହେବାରୁ ବିବାଦ ମୁଣ୍ଡ ଟେକିଛି ।

ଟିକା ପ୍ରସ୍ତୁତିରେ ବାଛୁରୀ ସେରମ୍ ବ୍ୟବହାର ହୋଇଥିବା ଜଣାପଡିବା ପରେ ବିତର୍କ ଆରମ୍ଭ ହୋଇଛି । ଭାରତରେ ଦିଆଯାଉଥିବା କରୋନା ଟିକାର ଉପାଦାନ ସମ୍ପର୍କରେ ସାମାଜିକ କର୍ମୀ ବିକାଶ ପାଟନୀ ଆରଟିଆଇରେ ତଥ୍ୟ ମାଗିଥିଲେ । ସେ କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାଡ କଣ୍ଟ୍ରୋଲ ଅଗ୍ରାନାଇଜେସନକୁ ତଥ୍ୟ ମାଗିଥିଲେ । ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାଡ କଣ୍ଟ୍ରୋଲ ଅଗ୍ରାନାଇଜେସନ ଦେଇଥିବା ତଥ୍ୟ ସମସ୍ତଙ୍କୁ ଚକିତ କରିଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ