Masthead

ସାମ୍ନାକୁ ଆସିଲା ଏକାଥରେ ୧୦ ଛୁଆଙ୍କୁ ଜନ୍ମ କରିବାର ସତ!

(ବଡ଼ ଖବର ବ୍ୟୁରୋ): କିଛି ଦିନ ତଳେ ସାଉଥ ଆଫ୍ରିକାର ଜଣେ ୩୭ ବର୍ଷୀୟା ମହିଳା ୧୦ଟି ଶିଶୁଙ୍କୁ ଜନ୍ମ ଦେଇ ଖୁବ ଚର୍ଚ୍ଚାର ପରିସର ମଧ୍ୟକୁ ଆସିଥିଲେ । ୭ଟି ପୁତ୍ର ଏବଂ ୩ଟି କନ୍ୟା ସନ୍ତାନଙ୍କୁ ଜନ୍ମ କରିଥିବା କଥା ବେଶ ଭାଇରାଲ ହୋଇଥିଲା । ସମ୍ପୂର୍ଣ୍ଣ ବିଶ୍ୱରେ ହେଡ଼ଲାଇନରେ ଆସିଥିଲା ଏହି ଖବର । ତେବେ ଏହି ଖବରର ସତ୍ୟତା ଉପରେ ଏବେ ଉଠିଛି ଏକ ବଡ଼ ପ୍ରଶ୍ନ । ଦକ୍ଷିଣ ଆଫ୍ରିକାର ସରକାରୀ ଯୋଗାଯୋଗ ସୂଚନା ବିଭାଗର ମହାନିର୍ଦ୍ଦେଶକ ଫୁମଲା ୱିଲିୟମ୍ସ ଟ୍ୱିଟରରେ ପୋଷ୍ଟ କରିଛନ୍ତି ଯେ, ଅଧିକାରୀ ମାନେ ଏହି ତଥ୍ୟର କୌଣସି ପ୍ରମାଣ ପାଇ ନାହାନ୍ତି ।

ଏହି ଟ୍ୱିଟ ପରେ ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି ସେହି ମହିଳା । ଏହି ଖବର ମିଛ ହୋଇଥିବା ନେଇ ବର୍ତ୍ତମାନ କହୁଯାହାଉଛି । କାରଣ ୩୭ ବର୍ଷୀୟା ଏହି ମହିଳା ଜଣକ କଥାରେ କହିଥିଲେ ଯେ, ସେ ୧୦ଟି ସନ୍ତାନ ଜନ୍ମ ଦେଇଛନ୍ତି । କିନ୍ତୁ ଏହାର ମେଡିକାଲ ପ୍ରମାଣ ଏବେ ପର୍ଯ୍ୟନ୍ତ ମିଳି ନପାରିଥିବାରୁ ଏହାକୁ ଦକ୍ଷିଣ ଆଫ୍ରିକା ସରକାର ଗ୍ରହଣ କରିନଥିବା ଜଣା ପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି