Masthead

ସାମ୍ନାକୁ ଆସିଲା ଏକାଥରେ ୧୦ ଛୁଆଙ୍କୁ ଜନ୍ମ କରିବାର ସତ!

(ବଡ଼ ଖବର ବ୍ୟୁରୋ): କିଛି ଦିନ ତଳେ ସାଉଥ ଆଫ୍ରିକାର ଜଣେ ୩୭ ବର୍ଷୀୟା ମହିଳା ୧୦ଟି ଶିଶୁଙ୍କୁ ଜନ୍ମ ଦେଇ ଖୁବ ଚର୍ଚ୍ଚାର ପରିସର ମଧ୍ୟକୁ ଆସିଥିଲେ । ୭ଟି ପୁତ୍ର ଏବଂ ୩ଟି କନ୍ୟା ସନ୍ତାନଙ୍କୁ ଜନ୍ମ କରିଥିବା କଥା ବେଶ ଭାଇରାଲ ହୋଇଥିଲା । ସମ୍ପୂର୍ଣ୍ଣ ବିଶ୍ୱରେ ହେଡ଼ଲାଇନରେ ଆସିଥିଲା ଏହି ଖବର । ତେବେ ଏହି ଖବରର ସତ୍ୟତା ଉପରେ ଏବେ ଉଠିଛି ଏକ ବଡ଼ ପ୍ରଶ୍ନ । ଦକ୍ଷିଣ ଆଫ୍ରିକାର ସରକାରୀ ଯୋଗାଯୋଗ ସୂଚନା ବିଭାଗର ମହାନିର୍ଦ୍ଦେଶକ ଫୁମଲା ୱିଲିୟମ୍ସ ଟ୍ୱିଟରରେ ପୋଷ୍ଟ କରିଛନ୍ତି ଯେ, ଅଧିକାରୀ ମାନେ ଏହି ତଥ୍ୟର କୌଣସି ପ୍ରମାଣ ପାଇ ନାହାନ୍ତି ।

ଏହି ଟ୍ୱିଟ ପରେ ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି ସେହି ମହିଳା । ଏହି ଖବର ମିଛ ହୋଇଥିବା ନେଇ ବର୍ତ୍ତମାନ କହୁଯାହାଉଛି । କାରଣ ୩୭ ବର୍ଷୀୟା ଏହି ମହିଳା ଜଣକ କଥାରେ କହିଥିଲେ ଯେ, ସେ ୧୦ଟି ସନ୍ତାନ ଜନ୍ମ ଦେଇଛନ୍ତି । କିନ୍ତୁ ଏହାର ମେଡିକାଲ ପ୍ରମାଣ ଏବେ ପର୍ଯ୍ୟନ୍ତ ମିଳି ନପାରିଥିବାରୁ ଏହାକୁ ଦକ୍ଷିଣ ଆଫ୍ରିକା ସରକାର ଗ୍ରହଣ କରିନଥିବା ଜଣା ପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ